November 7, 2026

ପାତ୍ରପୁର ବ୍ଲକରେ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ…

IMG-20261107-WA0077
Share

 

 

ପାତ୍ରପୁର ବ୍ଲକ ସମନ୍ତୀଆ ପଲ୍ଲୀ ସ୍ଥିତ ମହନ୍ତ ଶ୍ରୀ ପରଙ୍କୁଶ ବିଦ୍ୟାପୀଠ ରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସ୍ଫୁଟନ ଏବଂ ଶିକ୍ଷା ସହିତ ସାଂସ୍କୃତିକ ଦକ୍ଷତାକୁ ଉଜାଗର କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ

ଏହି କାର୍ଯ୍ୟକ୍ରମରେ ବିଇଓ ସୀତାରାମ ପାତ୍ର ସଭାପତିତ୍ୱ କରିଥିଲେ ।ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାଂସଦ ପ୍ରତିନିଧି ମିନା ଦ୍ୟାନ ସାମନ୍ତରା, ତହସିଲଦାର ଅଶୋକ ପଟ୍ଟନାୟକ, ପ୍ରଧାନ ଶିକ୍ଷକ ନାରାୟଣ କହଁର, ଏବିଇଓ ସୁଶୀଲ ପାତ୍ର ଓ ସୀମାଞ୍ଚଳ ପାଇକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ମହୋତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ, ସାଂସ୍କୃତିକ ଓ ସୃଜନଶୀଳ ପ୍ରତିଭାକୁ ମଞ୍ଚରେ ପ୍ରତିପାଦନ କରାଯାଇଥିଲା। ଶିଶୁମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ମହୋତ୍ସବକୁ ଆକର୍ଷଣୀୟ କରିଥିଲା। ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ସହ ସେମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ସାମନ୍ତରା ମତବ୍ୟକ୍ତ କରିଥିଲେ। ବ୍ଲକର ମୋଟ ୪୨୫ ଛାତ୍ରଛାତ୍ରୀ ୧୧ ଟି ପ୍ରତିଯୋଗିତା ଭାଗ ନେଇଥିବା ବେଳେ ଜିଲ୍ଲା ପାଇଁ ୨୬ ଜଣ ଓ ଗୋଟିଏ ଗ୍ରୁପ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି |ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ବିଭାଗ ରେ ହୋଇଥିବା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ସଂଘ ସଭାପତି ଟୁଟୁ ପ୍ରଧାନ ଓ ଶିକ୍ଷକ ରାମ ଗୋପାଳ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ।ଶୁଭଶ୍ରୀ ପ୍ରଧାନ