ଏଚିଭର୍ସ ହେଲପିଙ୍ଗ ଫାଉନଡେସନ ବରଗଡ ତରଫରୁ ବୃକ୍ଷ ରୋପଣ ଏବଂ ସମ୍ବର୍ଦ୍ଧନା ଉତ୍ସବ ।
ବରଗଡ,ସୁରେନ୍ଦ୍ର କଠାର
ଶୁକ୍ରବାର ଦିନ ସଦର ଥାନା ଅମ୍ବାପାଲି ଠାରେ ଫାଉନଡେସନ ତରଫରୁ “ମଁl ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ସହ ପର୍ବତlରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଦର ଥାନା ଆଇ. ଆଇ.ସୀ ଶ୍ରୀ ପ୍ରଣୟ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ଫାଉନଡେସନ ର ସଭାପତି ତଥା ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଶ୍ରୀ ଦିବାକର ମାଝୀ ଏବଂ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ତଥା ଆଫ୍ରିକାର ଉଚ୍ଚତମ ପର୍ବତ କିଲିମlଞ୍ଜlରୋ କୁ ଆରୋହଣ କରିଥିବା ଶ୍ରୀ ଆଶୀର୍ବାଦ ମହାପାତ୍ର ମଞ୍ଚାସିନ ଥିଲେ । ଶ୍ରୀ ଦିବାକର ମାଝୀ ତାଙ୍କ ବକ୍ତବ୍ୟରେ ଶ୍ରୀ ମହାପାତ୍ରଙ୍କ ଭବିଷ୍ୟତ ଉଜ୍ଜଲ କାମନା କରିଥିଲେ ।. ପର୍ବତlରୋହୀ ଶ୍ରୀ ମହାପାତ୍ର କହିଲେ ଯେ, ଦୃଢ ମନୋବଳ, ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦ ତଥା ବଡ ମାନଙ୍କ ଆଶୀର୍ବାଦ ଥିଲେ ସବୁ ସମ୍ଭବ ହୋଇ ପାରିବ ଏବଂ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରିହେବ ବୋଲି ବକ୍ତବ୍ୟ ରଖିଥିଲେ ।।ପରେ ପରେ ମୁଖ୍ୟ ଅତିଥି ଶ୍ରୀ ମୁର୍ମୁ, ପର୍ବତlରୋହୀ ଶ୍ରୀ ମହାପାତ୍ର, ଫାଉନଡେସନ ର ସଭାପତି ଶ୍ରୀ ମାଝୀ ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମେଘନାଦ ସାହୁ” ମଁl ପାଇଁ ଗଛଟିଏ “ର ନାରା ଦେଇ ବୃକ୍ଷ ରୋପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସଦର ଥାନାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
