ଏନ. ଏ ସି ମାନ୍ୟତା ଦାବିରେ ବେଗୁନିଆ ବନ୍ଦ,ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଡ଼ିଓ ଙ୍କୁ ସ୍ମାରକ ପତ୍ର..
ବେଗୁନିଆ ରେ ଚାଲିଛି ଆନ୍ଦୋଳନ। ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି। ବିଜେଡି ବିଧାୟକ ପ୍ରଦୀପ ସାହୁ ଙ୍କ ନେତୃତ୍ୱରେ ବେଗୁନିଆ ବଜାର ରେ ଆନ୍ଦୋଳନ ଚାଲିଥିଲା । ଏନ ଏ ସି ମାନ୍ୟତା ଦାବି ରେ ରାଜ୍ୟରେ ବିଭିନ୍ନ ଅଞ୍ଚଳ ରେ ଚାଲିଛି ଆନ୍ଦୋଳନ, ଗଣ ଧାରଣା । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଳକ ଗତ ବିଜେଡି ସରକାର ଅମଳ ରେ ଏନ୍ ଏ ସି ଘୋଷଣା କରାଯାଇଥିଲା । ବର୍ତ୍ତମାନ ସରକାର କିଛି ଦିନ ତଳେ ୧୨ଟି ନୂଆ ଏନ୍ ଏ ସି ଘୋଷଣା କରିଥିଲେ ସୁଦ୍ଧା ସେଥିରେ ଖୋର୍ଦ୍ଧା ଜିଲ୍ଲାର କୌଣସି ଅଞ୍ଚଳ ନ ଥିଲା। ଏହା ପ୍ରତିବାଦ ରେ ବେଗୁନିଆ ରେ ଦେଖାଦେଇଛି ଘୋର ଅସନ୍ତୋଷ ଏବଂ ପ୍ରତିବାଦ। ଆଜି ବିଭିନ୍ନ ସଙ୍ଗଠନ ପକ୍ଷ ରୁ ବେଗୁନିଆ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଲୋକ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ଜନ ସାଧାରଣ ସମସ୍ତେ ଏହି ବନ୍ଦ ଡାକରା ରେ ସାମିଲ ହୋଇଛନ୍ତି। ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବେଗୁନିଆ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ଅନ୍ୟ କର୍ମୀ ଏକାଠି ହୋଇ ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ। ଖୁବ୍ ଶୀଘ୍ର ରାଜ୍ୟ ସରକାର ବେଗୁନିଆ କୁ ଏନ୍ ଏ ସି ଘୋଷଣା ଦାବିରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ବିଡିଓ ଙ୍କୁ ପ୍ରଦାନ କରିଥିଲେ।
ରିପୋର୍ଟର ମାନସ ରଞ୍ଜନ କର
