ପାରାଦ୍ଵୀପ ଫାର୍ମାସୀ କଲେଜରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ..
ଜଗତସିଂହପୁର ତା ୨୨/୮/୨୦୨୫ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ତେନ୍ତୁଳିପଦା , ବନ୍ଧମୁଣ୍ଡା ସ୍ଥିତ ପାରାଦୀପ ଫାର୍ମାସୀ କଲେଜ ପରିସରରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ, ଗତ ଶୁକ୍ରବାର ଦିନ, କିଛି ଲୁହ କିଛିହସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା କମିଟି ର ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ମୂଖ୍ୟବକ୍ତା ଅଧ୍ୟାପକ ସନ୍ତୋଷ କାନୁନଗୋ ଓ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଶୁଭ୍ରାଂଶୁ କାନୁନଗୋ , ଉପାଧ୍ୟକ୍ଷ ଦୀପକ କୁମାର ସାହୁ , ଅଧ୍ୟାପକ ନିଶିକାନ୍ତ ମିଶ୍ର, ଦୀପକ ଚୌଧୁରୀ, ସୌମ୍ୟପ୍ରକାଶ ପଟ୍ଟନାୟକ , ଲିଲିରାଣୀ ଦାସ , ଶିବାଶିସ ବାରିକ , ପ୍ରଭୁଦତ୍ତ ତ୍ରିପାଠୀ , ନିରୁପମା ସିଂହ, ଯଶୋବନ୍ତ ବାରିକ, ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ଏହି କଲେଜ ରୁ ବିଦାୟ ନେଇ ଯଇଥିବା ଛାତ୍ର ଛାତ୍ରୀ ମାନେ, ମାନବ ସମାଜର ସେବାରେ ନିଜକୁ ଉତ୍ସର୍ଗ କରିବା ସହିତ ଭଲମଣିଷ ହେବାପାଇଁ ଆହ୍ଵାନ ଦେଇଥିଲେ। ସୁମଧୁର ଶେଷରୁ ଏକ ଭଲ ର ଆରମ୍ଭ ହୋଇଥିବା ବେଳେ,ଭବିଷ୍ୟତରେ ପିଲାମାନେ ଉଚ୍ଚତର ଶିକ୍ଷା ଲାଭ କରି , ଏହି ଅନୁଷ୍ଠାନର ସୁନାମ କୁ ବଜାୟ ରଖିବା ପାଇଁ ମଧ୍ୟ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଫାର୍ମାସୀ କଲେଜରେ,୨୦୨୨ ମସିହା ପରୀକ୍ଷାରେ ୧ ମ ସ୍ଥାନ ଅଧିକାର କରିଥିବା ଦେବାଶିଷ ଜେନା ୨ ୟ ରେ ବିଜୟଲକ୍ଷ୍ମୀ ସାହୁ ଓ ୩ ୟ ରେ ଶୁଭଶ୍ରୀ ଦାସ ଙ୍କ ସମେତ ସଙ୍ଗୀତରେ ରଜତ କୁମାର ହୋତା , ଶୁଭଶ୍ରୀ ସାହୁ ଓ ସୌମ୍ୟ ପ୍ରିୟଦର୍ଶିନୀ ମୁଦୁଲି ଙ୍କୁ ୧ ମ/୨ୟ/୩ ୟ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟାନ୍ୟ ବିସୟରେ ପାରଦର୍ଶିତା ଅର୍ଜନ କରିଥିବା ଶୁଭଲକ୍ଷ୍ମୀ ସେନାପତି , ରଶ୍ମୀ ରଞ୍ଜନ ସାହୁ , ଶୁଭଲକ୍ଷ୍ମୀ ସାହୁ, ସୌମ୍ୟ ରଞ୍ଜନ ରାଉଳ, ନିକିତା ମୁଦୁଲି ଓ ସ୍ଥିତିପ୍ରଜ୍ଞା ଜେନା ଆଦି ୩୧ ଜଣ କୃତି ଶିକ୍ଷାର୍ଥୀ ମାନଙ୍କୁ ଶିଲ, କପ୍ ଓ ସାଟିଫିକେଟ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦାୟ କାଳୀନ ପ୍ରତିକ୍ରିୟା ରେ କେତେକ ବିଦ୍ୟାର୍ଥୀ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ତ ଆଉ କେତେକ ଅତୀତ ର ସ୍ମୁତିମନ୍ଥନ କରି ହସି ହସି ବେଦମ୍ ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା।
ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା
