April 26, 2026

ରୋଶନି ଭୋକେଶନାଲ ଟ୍ରେନିଂ ସେଣ୍ଟର ପକ୍ଷରୁ ବିଶ୍ୱଉଦ୍ୟମିତା ଦିବସ ପାଳିତ

IMG-20250821-WA0115
Share

 

 

ଖୋର୍ଦ୍ଧା–(ପ୍ରିୟଙ୍କା ମହାପାତ୍ର) -ଟି.ପି.ସିଓ.ଡି.ଏଲ ଦ୍ୱାରା ଅନୁବନ୍ଧିତ ରୋଶନି ଭୋକେଶନାଲ ପ୍ରଶିକ୍ଷଣ କେନ୍ଦ୍ର ଖୋର୍ଦ୍ଧା ରେ ଉଦ୍ୟମିତା ଆତ୍ମସାତ କରିବା ଏବଂ ନୂତନ ଉଦ୍ୟମୀମାନେ କିପରି ନିଜ ଲକ୍ଷ୍ୟ ପ୍ରତି ପ୍ରେରିତ ହେବେ, ସେଥିପାଇଁ ବିଶ୍ୱ ଉଦ୍ୟମିତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ମୁଭମେଣ୍ଟ ଫର ଉରବନାଇଜେସନ ଦ୍ୱାରା ଆୟୋଜିତ ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ୱାର୍ଲଡ ଟ୍ରେଡ୍ ସେଣ୍ଟରର କନଭେନର ଏବଂ ବିଭାବରୀ କ୍ରିଏସନ୍ସ ର ଏମ.ଡି.ଶ୍ରୀମତୀ ଚୌଧୁରୀ ଜ୍ୟୋସ୍ନା ଦାସ ଯୋଗ ଦେଇଥିଲେ। ତାଙ୍କୁ ମୁଭମେଣ୍ଟ ଫର ଉର୍ବାନାଇଜେସନ ର ସଚିବ ସତ୍ୟନାରାୟଣ ମିଶ୍ର ପରିଚୟ କରାଇଥିଲେ।

ତାଙ୍କର ବକ୍ତୃତାରେ, ଶ୍ରୀମତୀ ଦାସ କହିଥିଲେ,ଯେ ଲକ୍ଷ୍ୟ ପ୍ରତି ଦୃଢ଼ ନିଶ୍ଚୟ, କଠୋର ପରିଶ୍ରମ, ନିଷ୍ଠା, ସମୟର ସଦୁପଯୋଗ ଏବଂ ନିରନ୍ତର ନିଜକୁ ଉନ୍ନତ କରିବା ଦ୍ୱାରା ଏକ ଶ୍ରେଷ୍ଠ ଉଦ୍ୟମୀ ହେବା ସମ୍ଭବ। ତାଙ୍କର ପ୍ରେରଣାଦାୟିକ ଶବ୍ଦଗୁଡିକ ପ୍ରଶିକ୍ଷଣ ନେଉଥିବା ଯୁବକମାନଙ୍କ ମଧ୍ୟରେ ନୂତନ ଆଶା ଓ ଆତ୍ମବିଶ୍ୱାସ ଜଗାଇଥିଲା।ଶେଷରେ ଏକ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା lଯେଉଁଥିରେ ପ୍ରଶିକ୍ଷାର୍ଥୀ ମାନେ ନିଜ ଲକ୍ଷ୍ୟ ଓ ସ୍ଵପ୍ନ ସମ୍ପର୍କରେ ପ୍ରସ୍ତୁତି କରିବା ନିମନ୍ତେ ମୁଖ୍ୟ ଅତିଥିଙ୍କ ନିକଟରୁ ପ୍ରେରଣା ପାଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ସଂଯୋଜକ ଦୁର୍ୟୋଧନ ବାରିକ ପ୍ରଶିକ୍ଷକ ଗୟଶୁଦ୍ଦିନ ଶ, କୁନୀଲତା ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ମାର୍କେଟିଙ୍ଗ ମ୍ୟାନେଜର ବିରଞ୍ଚି ରଥ ଧନ୍ୟବାଦ ପ୍ରଦାନ କରିଥିଲେ l.