November 16, 2024

ନବଜାତ ଶିଶୁ କନ୍ଯାର ବିରଳ ଅଙ୍ଗସଜ୍ଜା 

Share

 

ବୁଗୁଡା : ତା ୨୬/୦୪/୨୩ :ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପାହାନ୍ତିଆ ସମୟରେ ଜନ୍ମିତ ଏକ ଶିଶୁକନ୍ଯାର ବିରଳ ଅଙ୍ଗସଜ୍ଜା ସମସ୍ତଙ୍କୁ ହତବାକ୍ କରିଛି । ପ୍ରକାଶ ଯେ , ନିକଟସ୍ଥ ଶାଳବଣି ଗ୍ରାମର ଜନୈକା ମହିଳା ଆଜି ପାହାନ୍ତିଆରେ ବୁଗୁଡ଼ା ମେଡିକାଲରେ ଏକ ଶିଶୁ କନ୍ଯାକୁ ଜନ୍ମ ଦେଇଥିଲେ । ଜନ୍ମିତ ଶିଶୁଟିର ଉଦରସ୍ଥ ଅନ୍ତବୁଜୁଳିଟି ଶରୀର ବାହାରେ ରହିଥିବା ଦେଖିବାକୁ ମିଳିଲା । ଏହି ଦୃଶ୍ୟ ଡାକ୍ତରଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଚକିତ କରିଥିଲା । ଉଭୟ ମା ଓ ଶିଶୁକୁ ସଙ୍ଗେ ସଙ୍ଗେ ପ୍ରଥମେ ବ୍ରହ୍ମପୁର ମେଡିକାଲକୁ ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଶିଶୁଟି ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।