April 30, 2026

ଏସଇବିସି ସର୍ଭେ କାର୍ଯ୍ୟରୁ ନିବୃତ୍ତ ନ କଲେ, ଧାରଣାରେ ବସିବେ ଅଙ୍ଗନବାଡି କର୍ମୀ

IMG-20230426-WA0003
Share

 

 

ଏସଇବିସି ସର୍ଭେ କାର୍ଯ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କରିବାକୁ ବିରୋଧ କରି ଆସନ୍ତା ମେ ମାସ ୧ ତାରିଖରେ ବିଡ଼ିଓ ଅଫିସ କାର୍ଯ୍ୟାଳୟ ସମ୍ମୁଖରେରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ କୁକୁଡାଖଣ୍ଡି ବ୍ଲକରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମୀ ।ଏହାକୁ ବିରୋଧ କରି ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଙ୍ଘ କୁକୁଡାଖଣ୍ଡି ଶାଖା ତରଫରୁ ଏକ ଦାବି ପତ୍ର କୁକୁଡାଖଣ୍ଡି ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ କର୍ମୀ ମାନଙ୍କୁ ୬ ପେକେଜ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବାକୁ ବିଭାଗୀୟ ନିର୍ଦ୍ଦେଶ ଥିବା ସତ୍ୱେ କର୍ମୀ ମାନଙ୍କୁ ବିଭିନ୍ନ ବିଭାଗର ଆସୁଥିବା କାର୍ଯ୍ୟକୁ ସମ୍ପାଦନା କରିବାକୁ ନ୍ୟସ୍ତ କରାଯାଉଛି । ବର୍ତମାନ ଦୈନିକ କାର୍ଯ୍ୟ ବଢିଚାଲିଥିବା ବେଳେ ଏସଇବିସି ସର୍ଭେ କାର୍ଯ୍ୟରୁ ବାଦ ଦିଆଯାଉ ବୋଲି ସଙ୍ଘ ଦାବି କରିଛି ।ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ସଭାପତି ମାଣିକେଶ୍ବରୀ ପଟ୍ଟନାୟକ, ସମ୍ପାଦିକା ସୁଦେଷ୍ନା ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରମିଳା ଜେନା, ଗୀତାଞ୍ଜଳି ମାଝୀ, ଡି. ରୁକୁଣା ଦେବି, ଇନ୍ଦିରା ପାତ୍ର,ପି. ସୁଶୀଳାଙ୍କ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed