ଆଜିର ଖବର..
୧-ଭୁବନେଶ୍ୱର:୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା,ଆଉ ୭ ଜିଲ୍ଲାରେ ବିଗୁଡିଛି ସ୍ଥିତି,ଏବେ ଚାଷକୁ ଡବଲ ଲଘୁଚାପ ଭରସା।
୨-ବିଭିନ୍ନ ଦାବି ନେଇ ଆସନ୍ତା ୧୬ରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି।
୩-ଭୁବନେଶ୍ୱର : MLA ଲ୍ୟାଡ଼ ୱେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ।
୪-ଭୁବନେଶ୍ୱର:ITI ଉନ୍ନତି କରଣ କର୍ମଶାଳା,ଅପଗ୍ରେଡ୍ ହେବ ୧ ହଜାର ITI।ହବ୍ ଆଣ୍ଡ ସ୍ପୋକ୍ ମଡେଲରେ କାମ ହେବ।
୫-ଶେଷ ହେଲା କ୍ୟାବିନେଟ୍ ବୈଠକ,୬ ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର।ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ଅଛି,ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।
୬-ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀର ଫିଟୁଛି ଗୁମର ; କଟକରୁ ଚୋରି, ନୟାଗଡ଼ରେ ଡିଲ୍, ରାୟଗଡ଼ାରେ ଚାଲିଲା ବେପାର।
୭-ଆତ୍ମହତ୍ୟା ପ୍ରବଣତାକୁ ରୋକିବାକୁ ପଦକ୍ଷେପ;ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ୍ କ୍ୟାମ୍ପେନ୍ କରିବ ଉଚ୍ଚ ଶିକ୍ଷା ବିଭାଗ।
୮-ଆଳି,ସାନମଙ୍ଗ ଗାଁ:ଦାଦାଙ୍କ ଶୁଦ୍ଧିକ୍ରିୟାରେ ଚାଲିଗଲା ପୁତୁରା ଜୀବନ; ଦଶାହକ୍ରିୟା ସରିବା ପରେ ପୋଖରୀରେ ଗାଧେଇବା ବେଳେ ବୁଡ଼ି ଯାଇ ମୃତ।
୯-ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା: କାମ ନକଲେ ଦରମା ବନ୍ଦ।
୧୦-ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ,ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡା କୁଞ୍ଜବିହାରୀ ରାଉତ।
୧୧-‘ବିଶ୍ୱ ଅଙ୍ଗଦାନ ଦିବସ’ରେ ୨୪ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ପ୍ରୋତ୍ସାହନ ରାଶି ଦେଲେ ସରକାର।
୧୨-ରାଜନଗର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ଆଉ ୪ ଜଣଙ୍କୁ ବାନ୍ଧିଲା ପୁଲିସ।
୧୩-ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁରୀରୁ ରାଜସ୍ଥାନକୁ ଗଡ଼ିବ ଟ୍ରେନ, ମହୋଦଧି ସହ ଯୋଡି ହେବ ମରୁଭୂମି।
୧୪-ମହାକାଳପଡ଼ାରେ ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ଜାଲ୍ କରି ଚାଉଳ ଖାଇଗଲେ ଖେଳ ଶିକ୍ଷକ।
୧୫-ପର୍ଯ୍ୟଟକଙ୍କ ପାଇଁ ଖୁସିଖବର; ଚଳିତବର୍ଷ ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍,ଡିସେମ୍ବର ୧୩ରେ କୋଣାର୍କରେ ଏହାର ଆରମ୍ଭ ହେବ।
୧୬-ପିପିଲି:ପୁଣି ଅଘଟଣ, ଦୀପ ନିଆଁରେ ଜଳିଗଲେ ମହିଳା; ଅବସ୍ଥା ସଙ୍କଟାପନ୍ନ,ଭୁବନେଶ୍ଵର ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି।
୧୭-ପଞ୍ଚାୟତକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଯୋଜନା ; ବଢ଼ିବ ସଂଖ୍ୟା, କମିବ ପରିସୀମା।
୧୮-କଟକ:ଗଣେଶ ପୂଜା ପାଇଁ ମାଟି ଆଣିବାକୁ ଯାଇଥିଲେ କାଠଯୋଡ଼ି, ନଦୀରେ ବୁଡି ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ।
୧୯-କେନ୍ଦୁଝର:ଧରଣୀଧର ବିଶ୍ବବିଦ୍ୟାଳୟରରେ ପୁଣି ଜଣେ ଛାତ୍ରୀ ଜୀବନ ହାରିବା ଅଭିଯୋଗ, ଘଟଣା ସ୍ଥଳରେ କେନ୍ଦୁଝର ପୋଲିସର ତଦନ୍ତ ଜାରି।
୨୦-ସେପ୍ଟେମ୍ବର ୨୬ରେ ମିଳିତ ଜାତିସଂଘ ମହାସଭାରେ ଭାଷଣ ଦେବେ ପିଏମ ମୋଦୀ, ସେହି ଦିନ ଟ୍ରମ୍ପ ବି କରିବେ ସମ୍ବୋଧିତ।
