April 27, 2026

ଜାଣ୍ଡୋଲରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତି

IMG-20250809-WA0177
Share

 

 

ବରଗଡ(ସୁରେନ୍ଦ୍ର କଠାର)

 

ଆଜି ଶନିବାର ଅପରାହ୍ନ ୪ଟାରେ ଭେଡେନ ବ୍ଲକ ଅଧିନ ଜାଣ୍ଡୋଲ ଠାରେ ଭୁଲିଆ ସମାଜ ତରଫରୁ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତି ମହାସମାରୋହରେ ପାଳନ କରାଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ଯୋଗଦାନ କରିଥିବା ବେଳେ ବକ୍ତା ଭାବେ ଅଧ୍ୟାପକ ମନୋଜ କୁମାର ପଣ୍ଡା,ଅଧ୍ୟାପକ ମଦନ ମହନ କ୍ଷେତୀ,କବି ଉତ୍ପନ କୁମାର ଭୋଇ ଯୋଗ ଦେଇ ସ୍ବଭାବ କବି ଗଂଗାଧର ମେହେରକଂ ସମ୍ପର୍କରେ ଆଲୋକପାତ କରିଥିଲେ |ଏହି ଅବସରରେ କବି ଦେବେନ୍ଦ୍ର କୁମାର ସାହୁ,ମନୋରଂଜନ ଲୁହା, ଶିଶିର ପୁରୋହିତ ଓ ନରେନ୍ଦ୍ର କୁମାର ମହାନ୍ତି ଯୋଗଦେଇଥିଲେ |ସ୍ବେଛାସେବୀ ସଂଘଠନ ଅମୃତ କୁଟୁମ ଓ ବ୍ଲକ ସ୍ତରୀୟ ମାଟ୍ରିକ ଟଫର କୁ ସମ୍ମାନୀତ କରାଯାଇଥିଲା |ଭୁଲିଆ ସମାଜର ସଭାପତି ଡାକ୍ତର ମେହେର,ସମ୍ପାଦକ ମୁରଲୀ ମେହେର ଓ ଭୁଲିଆ ସମାଜର କାର୍ଯ୍ୟକର୍ତ୍ତା ଏଥିରେ ସହଯୋଗ କରିଥିଲେ |