ସଂକୁଳ ସ୍ତରୀୟ ପ୍ରଧାନାଚାର୍ଯ୍ୟ ବୈଠକ
ସୁରେନ୍ଦ୍ର କଠାର,ବରଗଡ
ଅଦ୍ୟ ତା.୦୪-୦୮-୨୦୨୫ରିଖ ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ତେନ୍ତୁଳିଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବରଗଡ଼ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଗୁପ୍ତଶ୍ବର ଥନାପତି ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରି ସଂକୁଳ ଯୋଜନା କରଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ୍ ରିଙ୍କୁ କୁମାର ଦାଶ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ମଞ୍ଚାସୀନ ଥିଲେ। ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ଦେହେରୀ ଅତିଥି ଅଧିକାରୀ ମାନଙ୍କୁ ଉପଢୌକନ ଦ୍ବାରା ସମ୍ମାନିତ କରିଥିଲେ।ଉକ୍ତ ବୈଠକରେ ବିଭିନ୍ନ ବିଦ୍ୟାଳୟରୁ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର, ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍,ଶ୍ରୀଯୁକ୍ତ ଶିବାନନ୍ଦ ଦାଶ,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ନରେନ୍ଦ୍ର ରଣା, ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା ଉପସ୍ଥିତ ଥିଲେ।ପରିଶେଷରେ ସୁରେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା,ଗୁରୁଜୀ ସେବିକା ସହଯୋଗ କରିଥିଲେ।
