March 12, 2026

ଶ୍ରାବଣ ର ଶେଷ ସୋମବାରରେ ଦୁଇ ଶୈବ ପୀଠର ରକ୍ତ ଦାନ ଶିବିରରୁ ୯୦ୟୁନିଟ ରକ୍ତ ସଂଗୃହୀତ 

IMG-20250804-WA0034
Share

 

 

ସୁରେନ୍ଦ୍ର କଠାର,ବରଗଡ

 

 

ଉତ୍କଟ ରକ୍ତାଭାବକୁ କିଛି ପରିମାଣ ରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ପ୍ରୟାସ।ପବିତ୍ର ଶ୍ରାବଣ ମାସ ଅବସରରେ ବରଗଡ଼ ଜିଲ୍ଲାର ଗାଇସୀମା ଠାରେ ଅବସ୍ଥିତ ଅଷ୍ଟଶମ୍ଭୁ ଶୈବ ପୀଠ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ନିଷ୍ଠା ପରିବାର ଓ ମନ୍ଦିର ପରିଚାଳନା କମିଟି ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ତାଙ୍କ ଧର୍ମ ପତ୍ନୀ କଳ୍ପନା ଷଡ଼ଙ୍ଗୀ,ଗାଇସିମା ସରପଞ୍ଚ ଧିରେନ ମହାପାତ୍ର ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୩୩ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଠିକ୍ ସେହିପରି ଝାଡେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଅନୁରୂପ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଝାଡେଶ୍ଵର ଶିବ ମନ୍ଦିର ର ସଭାପତି ଅମିୟ ଭୋଇ  ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୫୭ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୯୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶ୍ରାବଣ ମାସର ଶେଷ ସୋମବାର ଅବସରରେ ମନ୍ଦିରକୁ ପ୍ରଭୂ ଙ୍କ ପୂଜାର୍ଚ୍ଚନା ପାଇଁ ଆସୁଥିବା ଭକ୍ତ ମାନେ ସ୍ଵତଃ ରକ୍ତ ଦାନ କରିଥିଲେ। ଉଭୟ ଶିବିର ରେ ରକ୍ତ ଦାନ କରିଥିବା ରକ୍ତ ଦାତା,ସହଯୋଗୀ ଓ ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଉଭୟ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ

You may have missed