ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ପାଳିତ 

IMG-20250803-WA0025
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଶାସ୍ତ୍ରୀୟ ଶବ୍ଦନୃତ୍ୟର ପ୍ରଣେତା କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ରେଙ୍ଗାଲି କେମ୍ପ ସ୍ଥିତ ଶିଖା ଟେଣ୍ଟ ହାଉସ ଠାରେ ଆବାହକ ପ୍ରକୃତିବନ୍ଧୁ ସୁବାସ ପଧାନଙ୍କ ତତ୍ବାବଧାନରେ କେତନ ରଣା ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଗୁରୁ ବନ୍ଦନା ଗାନ କରିଥିଲେ କିଶୋର ଚନ୍ଦ୍ର ପାତ୍ର,ପ୍ରାରମଦଶରଥ ଭୋଇଙ୍କ ସଭାପତିତ୍ବରେ କବି ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ,ମୂଖ୍ୟ ଅତିଥି ସମାଜ ସେବୀ ଜନ କଲ୍ୟାଣ କୁଲିତା ସମାଜ ସଭାପତି ଦିବାକର ପ୍ରଧାନ ମୂଖ୍ୟ ବକ୍ତା ଗୁରୁ ଭଗବାନ ସାହୁଙ୍କ ଆଦର୍ଶ ପଟ୍ଟ ଶିଷ୍ୟ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ ଭାଗବତିଆ , ସମ୍ମାନୀତ ଅତିଥି କବି ତୁଳସୀ ଚରଣ ଦାଶ , ସମାଜସେବୀ କେ ବି କେ ଜନବାଦି ସାହିତ୍ୟ ସମିତି ଅଧ୍ୟକ୍ଷ କବି ଜେଠୁ ଭୋଇ ପ୍ରମୁଖ ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କ ସାରା ଜୀବନ ତ୍ୟାଗ ଅବଦାନ ବଳିଦାନ ଉପରେ ଆଲୋକପାତ କରିଥିଲେ, ଏହି ଅବସରରେ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ଆସର ଅନୁଷ୍ଠିତ ହୋଇଥିଲା, କବି ଋଷଭ ବିଶି, ତୁଳସୀ ଚରଣ ଦାଶ, ପ୍ରଦୀପ କୁମାର ମିଶ୍ର,ବିକ୍ରମ ସାହୁ, ମନୋଜ ବାଗ,ଦୂର୍ଲଭ ଗଡତିଆ, କିଶୋର ଚନ୍ଦ୍ର ପାତ୍ର,ଜେଠୁ ଭୋଇ ପ୍ରମୁଖ କବିତା ପାଠ କରିଥିଲେ, କବି ଦୂର୍ଲଭ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ,କାର୍ଯ୍ୟକ୍ରମ ଆୟୋଜନରେ ସମ୍ପାଦକ ସୁରେନ୍ଦ୍ର କଠାର , ସଞ୍ଜୁ ପ୍ରଧାନ,ମୋହନ କଠାର, ସନ୍ୟାସୀ ଠେଲା,ଲୁଲୁ ରବିନ ଦାସ ପ୍ରମୁଖ ସହଯୋଗ କରିଥିଲେ

You may have missed