March 10, 2026

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ l

IMG-20250802-WA0103
Share

ଖୋର୍ଦ୍ଧା–( ପ୍ରିୟଙ୍କା ମହାପାତ୍ର) ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ, କାଇପଦର୍ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରତାପ କିଶୋର ଛୋଟରାୟଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାଧାରଣ ସଭାରେ ପରିବେଶବିଦ୍ ଡଃ. ଦିଲୀପ କୁମାର ଶ୍ରୀଚନ୍ଦନ ମୁଖ୍ୟ ଅତିଥି, ରାଜ୍ୟସ୍ତରୀୟ ସେବା ଯୋଜନା ଅଧିକାରୀ ତଥା ଉପ ସଚିବ ଡଃ. ରମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଓ ଇଟିଆଇ ପ୍ରଶିକ୍ଷକ ସଂଯୋଜକ ନିରୋଦ ଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବୃକ୍ଷରୋପଣ ର ମହତ୍ତ୍ଵ ଉପରେ ଗୁରୁତ୍ଵ ପ୍ରଦାନ କରି ‘ମା ପାଇଁ ଗଛଟିଏ ‘ ଯୋଜନାରେ ଛାତ୍ର ଛାତ୍ରୀମାନକୁ ସାମିଲ କରିବା ପାଇଁ ବକ୍ତବ୍ୟ ରଖିଥିଲେ। ଏହି ସଭାରେ ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ଅନୁପମା ଚମ୍ପତିରାୟ, ଅଧ୍ୟାପିକ ମାନସ କୁମାର ଜୟସିଂହ, ଅଧ୍ୟାପକ ଡଃ. ଜନ୍ମେଜୟ ଚୌଧୁରୀ +୨ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଡଃ. ସୁମନ୍ତ ଦେହେରୀ, ଉପାଧ୍ୟକ୍ଷା ଶ୍ରୀମତୀ ସଚଳା ସାମନ୍ତରାୟ, ଡଃ. ସଂଯୁକ୍ତା ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଶେଷରେ ସମସ୍ତ ଅତିଥି, ଅଧ୍ୟାପକ, ଅଧ୍ୟାପିକା, ନିକଟସ୍ଥ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ଓ ଗ୍ରାମବାସୀ ମିଶି ଏକତ୍ର ଭାବରେ ପାଞ୍ଚସହ କାଜୁଚାରା ରୋପଣ କରିଥିଲେ ।