March 12, 2026

ମୋହନା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ୟୁ-ଡାଇସ ପ୍ଲସ ତାଲିମ ପ୍ରଦାନ

IMG-20230119-WA0023
Share

ଗଜପତି ଜିଲ୍ଲା ମୋହନା ବ୍ଲକରେ କାର୍ଯ୍ୟରତ ୩୧୯ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଆଜି ସ୍ଥାନୀୟ ବିଦ୍ୟାଳୟ ରେ ୟୁ-ଡାଇସ ପ୍ଲସ ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି।ଏହି ତାଲିମ ଶିବିରକୁ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋରଞ୍ଜନ ଦଳାଇ ଏବଂ ମୋହନା ଗୋଷ୍ଟି ଶିକ୍ଷା ଅଧିକାରୀ ଦେବଦାସ ତମରାପୁ ଙ୍କ ସମେତ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ କୁନା ପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ତାଲିମ ଶିବିରକୁ ଉଦଘାଟନ କରିଥିଲେ।ତାଲିମ ପ୍ରଦାନ ନିମନ୍ତେ ଶିକ୍ଷକ ପି. ଶିବକୁମର ଓ ଅଜିତ କୁମାର ନାୟକ ନିଯୁକ୍ତି ପାଇଥିବା ବେଳେ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।