June 16, 2026

ଦୟାପଲ୍ଲୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

IMG-20230119-WA0024
Share

 

 

ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଦୟାପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତିଙ୍କ ସଭାପତିତ୍ବରେ ଗୁରୁବାର ଦିନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିଞ୍ଜିଳିକାଟୁ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍.ଗିରିଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବି.ସଂଯୁକ୍ତା ଯୋଗଦେଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଦୟାପଲ୍ଲୀ ସମିତି ସଭ୍ୟ ଇପିଲି ରାଜାରାଓ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଯୁବ ସାମ୍ବାଦିକ ପି.କୃଷ୍ଣମୂର୍ତ୍ତି ଯୋଗଦେଇ ସରକାରୀ ବିଦ୍ୟାଳୟରେ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ ଘଟୁଛି କହିବା ସହ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଯତ୍ନବାନ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ମାମିନୀ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ। ବିଦ୍ୟାଳୟର ଶିକ୍ଷକମାନେ ହେଲେ ନିତ୍ୟଗୋପାଳ ଦୁଆରୀ, ସଂଗୀତା ଖୁଣ୍ଟିଆ, କୃଷ୍ଣ ମୋହନ ସାହୁ, ଚକ୍ରପାଣି ବେହେରା, ଦେବରାଜ ବିଷୋୟୀ, ଉତ୍ତମ ଜେନା, ସୂର୍ଯ୍ୟନାରାୟଣ ସେଠୀ, କୈଳାଶ ଚନ୍ଦ୍ର ପ୍ରଧାନ, ଝିଲି ମଣ୍ଡଳ, ପ୍ରିୟ ଦର୍ଶନୀ ସ୍ୱାଇଁ, ମିନାଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା। ହିଞ୍ଜିଳିକାଟୁ ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed