April 29, 2026

ଚାଷୀଙ୍କ ଫସଲ ବୀମା କରୁଥିବା ବେସରକାରୀ ବୀମା କମ୍ପାନୀର ଶୋଷଣ ବିରୁଦ୍ଧରେ କଂଗ୍ରେସର ଆନ୍ଦୋଳନ

IMG-20250802-WA0069
Share

 

ଛତ୍ରପୁର.ତା.୨/୮/୨୦୨୫(ଅରୁଣ କୁମାର ପଣ୍ଡା )ପୂର୍ବରୁ ସରକାରୀ କୃଷି ବୀମା ସରକାରୀ ବୀମା କମ୍ପାନୀମାନଙ୍କ ଅଧିନସ୍ଥ ଥିବା ବେଳେ ଭାଜପା ସରକାର ରିଲାଏନ୍ସ ପ୍ରୀତି ପାଇଁଏହାକୁ ରିଲାଏନ୍ସ ବୀମା କମ୍ପାନୀର ବୀମାଭୁକ୍ତ କରାଇଛନ୍ତି। ଏହି କମ୍ପାନୀ ଶୋଷଣ କରି କୋଟି କୋଟି ଟଙ୍କା ପ୍ରିମିୟମ ବାବଦରେ ସରକାରଙ୍କ ଠାରୁ ହାତେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେଉନାହିଁ ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଶନିବାର ଦିନ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସହ ସଂଯୋଜକ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵରେ ସହସ୍ରାଧିକ ଚାଷୀ ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରିବା ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଗତ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ ୪୫ ହଜାର ଚାଷୀ ବୀମା କରିଥିବା ବେଳେ ନାମକୁ ମାତ୍ର କିଛି ଚାଷୀଙ୍କୁ କ୍ଷତିପୂରଣ ଦେଇ ଅନ୍ୟମାନଙ୍କୁ ଠକିଛନ୍ତି ବୋଲି ଅଭିଯୋଗ କରିଛନ୍ତି।ଏହି କାର୍ଯ୍ଯକ୍ରମରେ ଗୋପାଳପୁର କଂଗ୍ରେସର ନେତା ତଥା ଆବାହକ ତ୍ରିନାଥ ବେହେରା, ଓଡିଶା ପ୍ରଦେଶ କିସାନ କଂଗ୍ରେସର ଅଧ୍ୟକ୍ଷ ଅଭୟ ସାହୁ, ରାଜ୍ଯ ସଂଯୋଜକ ଅରୁଣ ଜେନା, ଓଡିଶା ପ୍ରଦେଶ କଂଗ୍ରେସ ସମ୍ପାଦକ ତଥା ପୂର୍ବ ଗଞ୍ଜାମ ଦାୟିତ୍ବରେ ଥିବା ତୁଳେଶ୍ବର ନାୟକ, ଗଞ୍ଜାମ ଜିଲ୍ଲା କଂଗ୍ରେସ ସମ୍ପାଦକ ଅଶୋକ ପଟ୍ଟନାୟକ, ଭଞ୍ଜନଗରର କଂଗ୍ରେସ ନେତା ପ୍ରଶାନ୍ତ ବିଷୋଇ, ଦିଗପହଣ୍ଡିର କଂଗ୍ରେସ ନେତା ବୃନ୍ଦାବନ ଖଟେଇ ଉପସ୍ଥିତ ଥିଲେ।

You may have missed