April 29, 2026
ajiro khabar
Share

 

୧-କଟକ:ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା; ଦୁଇଟି ସିଟିଙ୍ଗ୍‌ରେ ପରୀକ୍ଷା ହେବା ନେଇ ବୋର୍ଡ ପକ୍ଷରୁ ସୂଚନା,୨୨ରୁ ମିଳିବ ଆଡମିଟ୍ କାର୍ଡ।

 

୨-ରାଜ୍ୟ କ୍ୟାବିନେଟ୍ ବୈଠକ: ୫ଟି ପ୍ରସ୍ତାବକୁ ଅନୁମୋଦନ।ଯେଉଁ ଜିଲ୍ଲାରେ ଲ ଅଫିସର ନାହାନ୍ତି ସେଠାରେ ନିଯୁକ୍ତି କରାଯିବ ।

 

୩-ରାଜ୍ୟରେ ଫେଲ୍ ମ୍ୟାଲେରିଆ ଦମନ ଅଭିଯାନ ! ଲଗାତାର ତୃତୀୟ ବର୍ଷ ପାଇଁ ସଂକ୍ରମଣରେ ନମ୍ୱର-୧।

 

୪-ଭୁବନେଶ୍ୱର:ଅଗଷ୍ଟ ୪ ସୁଦ୍ଧା ‘ଶକ୍ତିଶ୍ରୀ’ ସଂଯୋଜିକା ମନୋନୀତ କରି ଦାୟିତ୍ବ ଦେବାକୁ ନିର୍ଦ୍ଦେଶ ଦେଲା ଉଚ୍ଚ ଶିକ୍ଷା ବିଭାଗ।

 

୫-ଭୁବନେଶ୍ୱର:ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ ସରିଛି,ଆଜି ଖୋଲିବ ବଳଙ୍ଗା ରହସ୍ୟ।

 

୬-କଟକ:ଗିରଫ ହେଲେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା, ଆୟ ଠାରୁ ୨୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ।

 

୭-ଭୁବନେଶ୍ୱର:ଘର କଳିରେ ନୂଆ ମୋଡ଼, ପତ୍ନୀ ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଥାନାର ଦ୍ବାରସ୍ଥ ହେଲେ ଓଏଏସ୍ ଅଧିକାରୀ ସାର୍ଥକ ସୌରଭ।

 

୮-ଭୁବନେଶ୍ୱର:ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା, ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାରେ।

 

୯-ଭୁବନେଶ୍ୱର:ଅଗଷ୍ଟ ୪ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ରହିବ।

 

୧୦-ଯାଜପୁର ରୋଡ଼:ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ, ୫୦୦୦ ଟଙ୍କା ଲାଞ୍ଜ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍।

 

୧୧-ମହଙ୍ଗା ପଡିଲା ମହିଳାଙ୍କୁ ମିଛ କେସରେ ଫସାଇବା, କୋର୍ଟ ନିର୍ଦ୍ଦେଶରେ ୩ ପୋଲିସଙ୍କ ନାଁରେ ମାମଲା ରୁଜ୍ଜୁ କଲା ପୁରୀ ବାସେଳୀସାହି ଥାନା ।

 

୧୨-ଭଦ୍ରକ:ରେବ ନଦୀରେ ବୁଲୁଛି କୁମ୍ଭୀର, ଭୟରେ ନଈ କୂଳିଆ ଲୋକେ।

 

୧୩-ସାଲେପୁର:ବ୍ଲକ କର୍ମଚାରୀଙ୍କ ବନ୍ଦ ହେଲା ଦରମା, ଏମରଜେନ୍ସିରେ ଅଫିସ ନ ଆସିବାରୁ କାର୍ଯ୍ୟାନୁଷ୍ଠା ନେଲେ କଲେକ୍ଟର।

 

୧୪-ବ୍ରହ୍ମପୁର: ଗୋଳନ୍ଥରା ଥାନା ଭୈରବୀ ରାସ୍ତାରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୪ ଜଣଙ୍କୁ ବାନ୍ଧିଲା ପୋଲିସ।

 

୧୫-ଭୁବନେଶ୍ୱର:ଆଜି ମିଳିବ ପିଏମ୍ କିଷାନର ୨୦ ତମ କିସ୍ତି, ଖର୍ଚ୍ଚ ହେବ ୨୦,୫୦୦ କୋଟି।

 

୧୬-ଭୁବନେଶ୍ୱର:ଅନିଲ ଅମ୍ବାନୀଙ୍କୁ ଇଡିର ସମନ,୫ରେ ହାଜର ହେବାକୁ ନିର୍ଦ୍ଦେଶ।

 

୧୭-ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା; ରାଣୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ, ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ।

 

୧୮-ଓଭାଲ ଟେଷ୍ଟରେ ବୋଲରଙ୍କ ରାଜୁତି,ଭାରତ ୫୨ ରନରେ ଆଗୁଆ ଅଛି।

 

୧୯-ଦେଶ ଦେଖିବ ନୂଆ ଉପରାଷ୍ଟ୍ରପତି : ସେପ୍ଟେମ୍ୱର ୯ରେ ନିର୍ବାଚନ , ଅଗଷ୍ଟ ୭ରୁ ୨୧ ପର୍ଯ୍ୟନ୍ତ ନାମାଙ୍କନ।

 

୨୦-ବେଙ୍ଗାଳୁରୁ: ବଳାତ୍କାର ମାମଲାରେ ପ୍ରଜ୍ବଳ ରେବନ୍ନା ଦୋଷୀ ସାବ୍ୟସ୍ତ,ଆଜି ଦଣ୍ଡ ଘୋଷଣା।