June 26, 2026

ଗୋପ ଅଞ୍ଚଳର ବରିଷ୍ଠ ଧର୍ମପରାୟଣ ମହିଳାଙ୍କ ମୃତ୍ୟୁରେ ଶୋକ ର ଛାୟା l ( ପ୍ରଭୁ ଙ୍କ ନାମ ଧରୁଥିଲେ ହଟାତ ଟଳିପଡିଲେ ) (ମୃତ୍ୟୁ ବି ଏମିତି ଆସେ )

IMG-20250729-WA0017
Share

 

ଗୋପ :- 29/07/2025 ( ) ଗୋପ ଅଞ୍ଚଳ ଧର୍ମପରାୟଣ ମହିଳା ତଥା ଗୋପ ପଞ୍ଚାୟତ ର ବରିଷ୍ଠ ନାରୀ ନେତ୍ରୀ ଶ୍ରୀମତୀ ଗୋଲାପ ମଞ୍ଜରୀ ରାଉତଙ୍କର ଅକାଳ ବିୟୋଗ ସମଗ୍ର ଗୋପ ଅଞ୍ଚଳବାସୀ ସ୍ତବ୍ଦ l ଗତକାଲି ସନ୍ଧ୍ୟା ସମୟରେ ନିତ୍ୟଦିନ ପରି ପ୍ରଭୁ ଶ୍ରୀରାମଙ୍କ ନିକଟରେ ଭଜନ କୀର୍ତ୍ତନରେ ମଗ୍ନ ଥିବା ବେଳେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ସ୍ମରଣ ଥାଉ କୀ କୋଭିଡ ରେ ତାଙ୍କ ସ୍ଵାମୀଙ୍କର ଅକାଳ ବିୟୋଗ ହୋଇଥିଲା l ଶ୍ରୀମତୀ ରାଉତ ଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଗୋପ ମେଡିକାଲ କୁ ଲୋକ ଙ୍କର ସୁହ ଚୁଟିଥିଲା l ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ସାଂସଦ ପ୍ରତିନିଧି ଶ୍ରୀ ସୁଶାନ୍ତ ସ୍ୱାଇଁ, ଗୋପ ଶକ୍ତି କେନ୍ଦ୍ର ପ୍ରମୁଖ ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ, ବୁଥ ସଭାପତି ଶ୍ରୀ ଦୀପକ ଦାସ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ, ଯୁବନେତା ଶିବପ୍ରସାଦ ସ୍ୱାଇଁ, ବସନ୍ତ କୁମାର ସେନାପତି,ବାବୁଲାଲ ଭୋଇ, ସୁମନ ଦାଶ, ଯୁବ ନେତା ଶ୍ରୀ ଦୀପକ ପୋଲେଇ, ଶ୍ରୀ ମାନସ କୁମାର ନାଗ, ଶ୍ରୀ ଅନିଲ କୁମାର ପରମାଣିକ, ଶ୍ରୀମତୀ ଅନୁଷୟା ମଲ୍ଲିକ, ଶ୍ରୀ ଶିବାନୀ ଶଙ୍କର ସେଠୀ, ଅନିଲ କୁମାର ପରମାଣିକ ଙ୍କ ସମେତ ପଞ୍ଚାୟତର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ତାଙ୍କ ପାର୍ଥିବ ଶରୀରରେ ବିଜେପି ପତାକା ଘୋଡାଇ ସମ୍ମାନ ଜଣାଇ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଶ୍ରୀମତୀ ଗୋଲାପ ମଞ୍ଜରୀ ରାଉତଙ୍କର ସମାଜସେବା, ନିଷ୍ଠା ଓ ଭକ୍ତିପୂର୍ଣ୍ଣ ଜୀବନ ସମସ୍ତଙ୍କ ପାଇଁ ଏକ ଅନୁପ୍ରେରଣା। ତାଙ୍କ ବିୟୋଗ ଗୋପ ପଞ୍ଚାୟତ ବିଜେପି ପରିବାର ପାଇଁ ଏକ ଅପୂରଣୀୟ କ୍ଷତି। ଅବଶେଷ ତାଙ୍କର ପାର୍ଥିବ ଶରୀରକୁ ଶେଷରେ ପୁରୀ ସ୍ବର୍ଗଦ୍ଵାର ରେ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed