ପୁରୀର ହୋଟେଲ ହଲିଡ଼େରିସର୍ଟ ସଭାଗୃହ ଏ ପୁରୀ ରୋଟାରୀ କ୍ଳବ ର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ପୁରୀର ହୋଟେଲ ହଲିଡ଼େରିସର୍ଟ ସଭାଗୃହ ଏ ପୁରୀ ରୋଟାରୀ କ୍ଳବ ର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପୁରୀ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ ଶ୍ରୀବିଗ୍ରହ ଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ, ରୋଟାରୀ ଇଣ୍ଟରନ୍ୟାସନାଲ ର ପ୍ରତିଷ୍ଠାତା ପଲ୍ ହ୍ୟାରିସ୍ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଏବଂ ଜାତୀୟ ସଙ୍ଗୀତ ଗାନରୁ ଆରମ୍ଭ କରାଯାଇଥିଲା। କ୍ଲବର ବିଦାୟୀ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ୫୭ତମ ଅଧିଷ୍ଠାନ ଉତ୍ସବ କୁ ପ୍ରାକ୍ତନ ସଭାପତି ବିମଳ ପଟ୍ଟନାୟକ ସଂଯୋଜନା କରିଥିଲେ।ନିଜର ବକ୍ତବ୍ୟ ରେ ବିଦାୟୀ ସଭାପତି ଶ୍ରୀ ପାତ୍ର ତାଙ୍କ କାର୍ଯ୍ୟକାଳ ସମୟର ସମସ୍ତ ସଫଳତା ପାଇଁ ଉଭୟ କ୍ଲବର ସମସ୍ତ ସଦସ୍ୟସଦସ୍ୟା ଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ପ୍ରକାଶ କରିଥିଲେ। ବିଦାୟୀ ସଂପାଦକ ଶୈଳେଶ କୁମାର ବେହେରା ଗତବର୍ଷ କ୍ଲବ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ସେବାମୂଳକ କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ। ଉତ୍ସବ ରେ ରାଜ୍ୟ ପୁଲିସ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି, ରୋଟାରୀ ଡିଷ୍ଟ୍ରିକ୍ଟ 3262 ର ଆସନ୍ତା ୨୦୨୭-୨୮ ବର୍ଷର ପ୍ରାନ୍ତପାଳ ଇନ୍ଦ୍ରଜିତ ବେହେରା ସମ୍ମାନିତ ଅତିଥି ଏବଂ ସହକାରୀ ପ୍ରାନ୍ତପାଳ ବିଭୁପ୍ରସାଦ ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହାପରେ ବିଦାୟୀ କର୍ମକର୍ତ୍ତା ଙ୍କ ଦ୍ବାରା କଲାର ହସ୍ତାନ୍ତର କରାଯାଇ କ୍ଲବର ନୂତନ ସଭାପତି ରତିକାନ୍ତ ନାୟକ ଓ ନୂତନ ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କୁ ୨୦୨୫-୨୬ ବର୍ଷପାଇଁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା।ନୂତନ ସଭାପତି ଶ୍ରୀ ନାୟକ ପରବର୍ତ୍ତୀ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ସମସ୍ତଙ୍କର ସହଯୋଗ କାମନା କରିବା ସହ ନୂତନ ଟିମ୍ ଙ୍କୁ ପରିଚିତ କରାଇଥିଲେ। ନୂତନ ସଂପାଦକ ଶ୍ରୀ ମହାପାତ୍ର ଚଳିତବର୍ଷ ର ଏପର୍ଯ୍ୟନ୍ତ ସଂପନ୍ନ ହୋଇଥିବା କାର୍ଯ୍ୟକ୍ରମ ମାନଙ୍କର ବିବରଣୀ ସମେତ ଆସନ୍ତା କାର୍ଯ୍ୟକ୍ରମ ମାନଙ୍କ ସଂପର୍କରେ ସୂଚନା କରିଥିଲେ। ଏହି ଅବସରରେ କ୍ଲବ ଏଡିଟର ରାକେଶ କୁମାର ପଣ୍ଡା ଓ ଶୈଳେଶ କୁମାର ବେହେରାଙ୍କ ଉପସ୍ଥିତି ରେ ଅତିଥି ମାନଙ୍କ ଦ୍ବାରା କ୍ଲବ ର ମୁଖପତ୍ର ନୀଳଚକ୍ର ର ସ୍ବତନ୍ତ୍ର ବିଶେଷାଙ୍କ କୁ ଉନ୍ମୋଚିତ କରାଯାଇଥିଲା। ନିଜନିଜର ବକ୍ତବ୍ୟରେ ଅତିଥିଗଣ ସେବାକ୍ଷେତ୍ରରେ ପୁରୀରୋଟାରୀ କ୍ଲବ ର ଅଲଂଘନୀୟ ପରଂପରା ର ଉଚ୍ଚପ୍ରଶଂସା କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ସମେତ ପଦାଧିକାରୀ ମାନଙ୍କ ପରିବାରବର୍ଗ ଏବଂ ପୁରୀସହର ଓ ସହର ବାହାରୁ ଆସିଥିବା ରୋଟାରିଆନ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜୟ କୁମାର ପତି, ଅଜୟ କୁମାର ସାହା, ଜୟ ଦାସଗୁପ୍ତା, ସନ୍ତୋଷ କୁମାର ପାତ୍ର, ସନ୍ତୋଷ କୁମାର ଲେଙ୍କା, ରୋଜା ପ୍ରିୟଦର୍ଶୀ, କମଳେନ୍ଦୁ ଦାଶ, ଜୀତେନ୍ଦ୍ର କୁମାର ସାହୁ, ରାମକୃଷ୍ଣ ପାତ୍ର, ଶୁଭ୍ରାଂଶୁ ଶେଖର ମହାପାତ୍ର ଓ ନାରାୟଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ। ଉତ୍ସବ ରେ ଅତିଥି ମାନଙ୍କ ସମେତ ଉଭୟ କ୍ଲବଙ୍କ ସଦସ୍ୟସଦସ୍ୟା ଓ ପରିବାରବର୍ଗ ଯୋଗଦାନ କରିଥିଲେ।ଉତ୍ସବ ଅବସରରେ ପୁରୀର ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଣ୍ଟିଆ ଙ୍କ ସମେତ ୫ଜଣଙ୍କୁ କ୍ଲବର ନୂତନ ରୋଟାରିଆନ୍ ଭାବେ ଗ୍ରହଣ କରାଯାଇଥିଲା।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
