April 26, 2026

ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଜଣେ ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରଲ…….

IMG-20250727-WA0019
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ଜଣେ ନର୍ସିଙ୍ଗ ଛାତ୍ରୀ ଙ୍କୁ ଅଶ୍ଳୀଳ ଫୋଟୋ ଭାଇରଲ ହେବା ର କିଛି ଦିନ ବିତିଥିବା ବେଳେ ପୁଣି ଆଉ ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରଲ ହେବାରେ ଲାଗିଛି, ଯାହାଫଳରେ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ପୁଣି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳ ରେ। ସୂଚନା ପ୍ରକାରେ ଉକ୍ତ ଯୁବତୀଙ୍କ ସହ ଜଣେ ଯୁବକ ଫେସବୁକ ରେ ବନ୍ଧୁତା କରିଥିଲେ, କିଛି ଦିନ ବନ୍ଧୁତା ହେବାପରେ ଯୁବକ ଜଣକ ଯୁବତୀ ଙ୍କୁ ଅଶ୍ଳୀଳ ହେବାକୁ ବାରମ୍ବାର କହୁଥିଲେ କିନ୍ତୁ ଯୁବତୀ ମନା କରିଥିଲେ ଏବଂ ମୋବାଇଲ ବନ୍ଦ କରିଦେଇଥିଲେ କିନ୍ତୁ ଯୁବକ ଜଣକ ଯୁବତୀ ଙ୍କୁ ଗୋଟିଏ ଫୋଟୋ କୁ ଏଡିଟିଙ୍ଗ କରି ଅଶ୍ଳୀଳ ରୂପ ଦେଇ ମୋବାଇଲ କୁ ମୋବାଇଲ ଛାଡିଦେଇଥିଲେ ଯାହାଫଳରେ ଯୁବତୀ ଙ୍କୁ ମାନ ସମ୍ମାନ କୁ ଆଞ୍ଚ ଆସିବାରୁ ସେ ଆଜି ରାଇଘର ଥାନା ର ଦ୍ୱାରସ୍ତ ହୋଇ ଉକ୍ତ ଯୁବକ ଙ୍କ ବିରୋଧ ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ରାଇଘର ପୋଲିସ ତଦନ୍ତ ଜାରି ରଖିଛି।