November 23, 2024
Share

 

ଅସ୍ତରଂଗ,,ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ରେ ଲୁକ୍କାୟିତ ଭାବେ ରହି ଯାଇଛି ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ କେଳୁଣି ମୁହାଣ । ସେହି ସ୍ଥାନରେ ସମୁଦ୍ର ଓ କାଦୁଆ ନଦୀ ଏକାଠି ହୋଇ ସମୁଦ୍ର ରେ ମିଶିଛନ୍ତି । ମୁହାଣ ତଟ ରେ ରହିଛନ୍ତି କେଳୁଣି ଠାକୁରାଣୀ । ଯେଉଁ ମାନେ ସମୁଦ୍ର କୁ ମୁହାଣ ଦେଇ ମାଛ ମାରି ବାକୁ ଯାଆନ୍ତି, ମାକୁ ଡାକି ଦରିଆକୁ ଯାଇ ଥାନ୍ତି । ନଦୀ ଓ ସମୁଦ୍ର ମିଳନ ସ୍ତଳରେ ରହିଛି ଏକ ଛୋଟିଆ ଝାଉଁ ଜଙ୍ଗଲ ।ସେହି ଝାଉଁ ଜଙ୍ଗଲ ଭିତରେ ବାର ଦେଖି ପର୍ଯ୍ୟଟକ ମାନଙ୍କ ଭିଡ ଲାଗିଥାଏ । ବୁଧବାର ଦିନ ଏହି ସ୍ଥାନରେ କିଛି ପର୍ଯ୍ୟଟକ ମାନଙ୍କୁ ରୋଷେଇ କରି ଖାଇବା ଓ ମଜା ନେବାର ଦେଖିବାକୁ ମିଳିଥିଲା । ଜନତା ହାଇସ୍କୁଲ ବନ୍ତିଲୋ ର ୧୯୭୬ମସିହା ମାଟ୍ରିକ ବ୍ୟାଚ୍ ର ସାଙ୍ଗମାନେ ଏକାଠି ହୋଇଥିଲେ କାକଟପୁର ବ୍ଲକ ର ଅବସରପ୍ରାପ୍ତ ଶିକ୍ଷାଧିକାରୀ ଶ୍ରୀ ଶାନ୍ତନୁ ପରିଡ଼ାଙ୍କ ନେତୃତ୍ବରେ ବଣଭୋଜି କରିବା ପାଇଁ । ଏହି ସମାବେଶରେ,ଶିକ୍ଷାବିତ୍ ଅନାଦି ଚରଣ ସ୍ବାଇଁ,ସନାତନ ବେହେରା,ନିଳମଣୀ ମାଣିକ,ଙ୍କ ସମେତ ନାରାୟଣ ପ୍ରଧାନ,ରାମଚନ୍ଦ୍ର ରାଉତ,ପହଲୀ ନାୟକ,କାଳନ୍ଦୀ ପ୍ରଧାନ ସହ, ବହୁ ବୁଦ୍ଧିଜୀବୀ ଯୋଗ ଦେଇ, ପୀଠର ଉନ୍ନିକରଣ,ଟ୍ରଷ୍ଟ ଗଠନ,ଅସହାୟଙ୍କୁ ସାହାଯ୍ୟ,ମାଟ୍ରିକ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଚାତ୍ର ଓ ଛାତ୍ରୀ ଙ୍କୁ ପୁରସ୍କୃତ ଆଦି ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଶେଷରେ ପୁରାତନ ଛାତ୍ର ଙ୍କ ଦ୍ଵାରା ବଣ ଭୋଜି ସ୍ଥଳ ସଫେଇ କରା ଯାଇଥିଲା ।

ଅପର ପଷରେ,ସୁଦୂର ଭୁନେଶ୍ବରସ୍ଥିତ ବି ଜେ, ବି, ନଗର ରୁ ଛ ଗୋଟି ପରିବାର ମାଙ୍କ ପୀଠରେ ଭୋଜିକରୀ ମଜା ନେଉଥିବା ର ଦେଖିବାକୁ ମିଳିଥିଲା । ଏହିଭଳି ଏକ ସୁନ୍ଦର୍ ପର୍ଯ୍ୟଟକ ସ୍ଥାନ ର ବିକାଶ ହୋଇପାରି ନ ଥିବା ତଥା ରାସ୍ତା , ବିଦୁତ୍ , ପାନୀୟଜଳ,ଆଦି ଠିକ ନ ଥିବାରୁ ତନୁଜା ମିଶ୍ର,ଦେବାଶିଷ ଦାସ,ମାନସ ଶତପଥୀ, ସନ୍ତୋଷ ମିଶ୍ର ଆଦି ଏହି ପ୍ରତିନିଧି ଙ୍କ ଆଗରେ କ୍ଷୋଭ ପ୍ରକାଶ କରିଥିଲେ । ସମୁଦ୍ର ଓ ନଦୀ ମିଶ୍ରଣ ର ଉତାଳ ତରଙ୍ଗ , ଉଭୟ ପର୍ଯ୍ୟଟକ ମାନଙ୍କୁ ବିଶେଷ ଆକର୍ଷଣ କରି ଥିଲା । ଅସ୍ତରଙ୍ଗ ବ୍ଲକ ଅଧିନରେ ଦୁଇଗୋଟି ତଥା ଦେବୀ, କେଳୁଣି ବୋଲି ଦୁଇ ଗୋଟି ମୂହାଣ ଥିବା ବେଳେ, କେଳୁଣି ମୁହାଣ ଶାନ୍ତ ସରଳ ଭାବେ ବର୍ଷ ସାରା ରହି, ଖରାଦିନେ ବାଲି ଦ୍ବାରା ପୋତି ହୋଇପଡେ ଓ ବର୍ଷା ଦିନେ ଆପେ ଆପେ ଖୋଲି ଯାଏ ।ପ୍ରଶାସନ ତଥା ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି ।

ଦୁଃଶାସନ ନାୟକ,ଅସ୍ତରଙ୍ଗ