କୁକୁର କାମୁଡାରେ ୧୩ ଜଣ ଆହତ

ବୁଗୁଡ଼ା : ତା ୨୬/୦୭/୨୫ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରେ ଦୁଇ ଦିନ ମଧ୍ୟରେ କୁକୁର କାମୁଡାରେ ୯ ଜଣ ମହିଳାଙ୍କ ସମେତ ୧୩ ଜଣ ଆହତ ହୋଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାଯାଇଛି। ଗତ ଶୁକ୍ରବାର ଓ ଶନିବାର ଏହି ଦୁଇ ଦିନରେ କୁକୁର କାମୁଡାର ଶିକାର ହୋଇଥିବା ଆହତମାନେ ହେଲେ ସଙ୍କୁରୁ ଗ୍ରାମର ମାଳତୀ ଗୌଡ, ରୋଜା ସାମଲ , ତନୁ ନାଇକ ଓ ଅର୍ଚ୍ଚିତା ନାଇକ, ଘୋଳପୁର ଗ୍ରାମର ଆରତୀ ପ୍ରଧାନ, ଶଙ୍କର ଡାକୁଆ, ପ୍ରୀତି ସେଠୀ ଓ ଗନ୍ଧିଆ ପ୍ରଧାନ, କାନକୁଟୁରୁ ଗ୍ରାମର ଝିଲ୍ଲୀ ବେହେରା , ବାଲିପଦର ଗ୍ରାମର ଲିପି ବେହେରା, କାନସାରଲା ଗ୍ରାମର ଅନ୍ତର୍ଯ୍ୟାମୀ ନାଇକ, ମୋଟାବାଡି ଗ୍ରାମର ବାଲା ଆରୁଖ ଓ ମହୁଲପଲ୍ଲୀ ଗ୍ରାମର ଅଞ୍ଜଳୀ ବିଷୋୟୀ। ଏ ସମସ୍ତ ଆହତଙ୍କୁ ମେଡିକାଲରେ ଆଣ୍ଟି ରେବିଜ୍ ଭେକସିନ୍ ପ୍ରଦାନ ପୂର୍ବକ ଚିକିତ୍ସା କରାଯାଇଛି। ଅନ୍ଯପକ୍ଷରେ ଆତଙ୍କ ସୃଷ୍ଟି କରିଥିବା ଘୋଳପୁର ଗାଁର ଏକ ପାଗଳା କୁକୁରକୁ ଶନିବାର ସକାଳେ ସଙ୍କୁରୁ ଗ୍ରାମରେ ଲୋକେ ପିଟିପିଟି ମାରିଦେଇଥିବା ଜଣାଯାଇଛି।
