April 24, 2026

ଶ୍ରୀ ଭରତ ପତି ରେ ଯୈାନ ଶୋଷଣ ବିରୋଧ ସଚେତନତା ଶିବିର ଅନୁଷ୍ଠିତ ..

IMG-20250723-WA0073
Share

 

ଚିକିଟି ଶୁଭଶ୍ରୀ ପ୍ରଧାନ

ତା ୨୩/୦୭/୨୫

ପାତ୍ରପୁର ବ୍ଳକ ସାମନ୍ତିଆ ପଲ୍ଲୀ ଶ୍ରୀ ଭରତ ପତି ମହାବିଦ୍ୟାଳୟ ଠାରେ ବୁଧବାର ଆଭ୍ୟନ୍ତରୀଣ କମିଟି ସଭାନେତ୍ରୀ କଳ୍ପନା ବେହେରା ଙ୍କ ସଭାପତିତ୍ବରେ ଯୌନ ଶୋଷଣ ବିରୋଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ଼ଃ ଗୀରିଷ୍ ଚନ୍ଦ୍ର ବେହେରା ଛାତ୍ରୀମାନଙ୍କୁ ଶାରୀରିକ, ମାନସିକ, ଯୈାନ ଶୋଷଣ ଭଳି ପରିସ୍ଥିତି ର କିଭଳି ସାମନା କରିବେ ଏବଂ କିଭଳି ଅଭିଯୋଗ କରିବାକୁ ପଡ଼ିବ ସେ ନେଇ ଆଲୋଚନା କରିଥିଲେ। ମୂଖ୍ୟ ଅତିଥି ରୂପେ କମିଟି ଆବାହକ ସେବା ଅନୁଷ୍ଠାନ ରୁ ଅଳକା ସାହୁ ଯୋଗ ଦେଇ ଯୌନ ଶୋଷଣରେ ଛାତ୍ରିମାନଙ୍କ ଭୂମିକା କ’ଣ ହେବା ଉଚିତ ଓ କଣ ବର୍ଜନୀୟ କରିବା ଉଚିତ ସେ ବିଷୟରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର‌ କମିଟି ସଦସ୍ୟମାନେ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଅଧ୍ୟକ୍ଷ ଡ଼ଃ ଗିରିଷ ଚନ୍ଦ୍ର ବେହେରା, ଡ଼ଃ ଜୟ ପ୍ରକାଶ ପାଢୀ, ଆଇସିସି କମିଟିରେ ଅଧ୍ୟାପିକା କଳ୍ପନା ବେହେରା,ସୁବ୍ରତା ପାଣିଗ୍ରାହୀ, ପୂର୍ଣ୍ଣ ପ୍ରଭା ତ୍ରିପାଠୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ରୁ ଅଳକା ସାହୁ, ଏମ ସଙ୍ଗୀତା ପ୍ରମୁଖ ମଞ୍ଚସ୍ଥ ଥିବା ବେଳେ ଛାତ୍ରୀ ବି ଦିଲେଶ୍ବରି ରେଡ଼ି ସହଯୋଗ କରିଥିଲେ। ଶେଷରେ କମିଟି ସଦସ୍ୟା ସୂବ୍ରତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed