March 12, 2026

ନୂଆ କେରାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷା ଲାଭ ପାଇଁ ଚୟନ

IMG-20230423-WA0021
Share

 

 

ପାରଳାଖେମୁଣ୍ଡି:୨୩/୪(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡିସରକାରୀଉଚ୍ଚବିଦ୍ୟାଳୟର ଚାରି ଜଣ ଛାତ୍ରଛାତ୍ରୀଓଡ଼ିଶାଆଦର୍ଶବିଦ୍ୟାଳୟରେ ଶିକ୍ଷା ଲାଭ କରିବା ପାଇଁ ଚୟନ ହୋଇ ଛନ୍ତି।ଛାତ୍ର ଛାତ୍ରୀ ମାନେ ହେଲେ ରାଜେଶ୍ୱରୀ ପାଣିଗ୍ରାହୀ, ମିନତୀ ବେହେରା, ନିଦର୍ଶନ ଜେନା, ନନ୍ଦପୁରୀ ଜୟା ପ୍ରମୁଖ ।ଏହି ଚାରିଜଣ ଛାତ୍ର ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ଚୟନ ହୋଇଛନ୍ତି ବୋଲି ପ୍ରଧାନ ଶିକ୍ଷକ ଏମ୍ ରବି କୁମାର ସୂଚନା ଦେଇଛନ୍ତି।ଛାତ୍ର ଛାତ୍ରୀଙ୍କ ଏହିଭଳି ସଫଳତାକୁ ନେଇ ଶିକ୍ଷକ ସଦାନନ୍ଦ ପାତ୍ର ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି।