April 30, 2026

କୃଷି ବିଭାଗ ତରଫରୁ ଅକ୍ଷୟ ତୃତୀୟା ପାଳନ ଓ ଅଖି ମୁଠି ଅନୁକୂଳ 

IMG-20230423-WA0023
Share

ବୁଗୁଡା : ୨୩/୦୪/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ସ୍ଥାନୀୟ କୃଷି ବିଭାଗ ତରଫରୁ ବ୍ଳକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ ଓ ଅଖି ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୋହିତ ଚିନ୍ମୟ କୁମାର ଦାଶଙ୍କ ତତ୍ତ୍ବାବଧାନରେ କର୍ତ୍ତା ରୂପେ ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଯୋଗ ଦେଇ ଭୂମି ପୂଜନ,ହଳ ଲଙ୍ଗଳ ଧାରଣ କରି ଜମି ଚାଷ କରିବା

ସହ ଶେଷରେ ଅଖି ମୁଠି ଅନୁକୂଳ କରି ଧାନ ବୁଣା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆତ୍ମାର ଅଧ୍ଯକ୍ଷ ମୁକୁନ୍ଦ ନାୟକ, ବ୍ଳକ କୃଷି ଅଧିକାରୀ ଦିବ୍ଯ ରଞ୍ଜନ ମାଝି, ଭିଏଡବ୍ଲ୍ଯୁ ଅଶୋକ କୁମାର ସେଠୀ ଓ ଅଜୟ କୁମାର ସାହୁ, ସହକାରୀ ବୈଷୟିକ ସହାୟକ ପ୍ରଶାନ୍ତ କୁମାର ସାହୁ ଓ ନିତ୍ୟ ନିରଞ୍ଜନ ବିଷୋୟୀଙ୍କ ସମେତ ସରପଞ୍ଚ ସମିତି ସଭ୍ୟ ଏବଂ ଚାଷୀମାନେ ଉପସ୍ଥିତ ଥିଲେ।

ବୁଗୁଡ଼ା ରିପୋର୍ଟ ହର ପ୍ରସାଦ ପାଢି

You may have missed