“ପୁରୀ ଅନ୍ନପୂର୍ଣ୍ଣା ଥିଏଟର ହେବ ରୂପାନ୍ତିକରଣ “

ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ Departmentally Standing Committee ଜରିଆରେ ଓଡ଼ିଶାର ସଂସ୍କୃତି ବିଭାଗର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମିଟିର ସଦସ୍ୟଗଣ, ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ଏହି ସମୟରେ ପୁରୀ ଅନ୍ନପୂର୍ଣ୍ଣା ଥିଏଟରକୁ ସମ୍ପୂର୍ଣ୍ଣ ନୂତନ ରୂପରେ ଗଢିବାପାଇଁ ପ୍ରସ୍ତାବ ଦେଲି ଏବଂ ସରକାରଙ୍କୁ ଲିଖିତ ଆକାରରେ ମଧ୍ୟ ପ୍ରସ୍ତାବ ଦେଇଥିଲେ ପୁରୀ ସଦର ବିଧାୟକ ସୁନୀଲ ମହାନ୍ତି l ଯେଉଁ ପ୍ରସ୍ତାବରେ ୧୫କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ଅନ୍ନପୂର୍ଣ୍ଣା ଥିଏଟର ର ନବୀକରଣ କରିବାର ପ୍ରସ୍ତାବ ରହିଛି। ପ୍ରସ୍ତାବରେ ସମ୍ପୂର୍ଣ୍ଣ ନୂତନ ଢାଞ୍ଚାରେ ଏକ ଭୁତଳ ପାର୍କିଙ୍ଗ ସହ ପ୍ରଥମ ମହଲା ରେ ଅନ୍ନପୂର୍ଣ୍ଣା ଥିଏଟର ଓ ଦ୍ୱିତୀୟ ମହଲା ରେ ଏକ ପ୍ରେକ୍ଷାଳୟ ( Film Hall )ସହ ସମସ୍ତ ଆଧୁନିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ପ୍ରସ୍ତାବ ରହିଛି ଏବଂ ସମ୍ପୂର୍ଣ୍ଣ ଅଟ୍ଟାଳିକା ର ବାହାର ନିର୍ମାଣ ରେ ସଂସ୍କୃତିକ ଐତିହ୍ୟ ର ଛାପ ରଖିବା ପାଇଁ ଅନୁରୋଧ କରିଛନ୍ତି ବିଧାୟକ ସୁନୀଲ ମହାନ୍ତି l ଆଗାମୀ ସମୟରେ ପୁରୀ ବଡଦାଣ୍ଡ ଉପରେ ଉକ୍ତ ଅଟ୍ଟାଳିକା ଆଧୁନିକ ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ପାରମ୍ପରିକ ସଂସ୍କୃତିକ ଐତିହ୍ୟ ଉପରେ ଗୁରୁତ୍ୱ ଦିଆଯାଇ ଅଟ୍ଟାଳିକା ଟିର ନିର୍ମାଣ କରାଯିବ ଏବଂ ଆଗାମୀ ଦିନରେ “ଅନ୍ନପୂର୍ଣ୍ଣା ଥିଏଟର” କଳା, ସଂସ୍କୃତି ଓ ସିନେ ଜଗତକୁ ବଞ୍ଚାଇରଖିବାର ଏକ ଖୁସିର ବାତାବରଣ ସୃଷ୍ଟି କରିବ ବୋଲି କହିଛନ୍ତି ବିଧାୟକ ସୁନୀଲ ମହାନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
