ଆଜିର ଖବର..
ରାଜ୍ୟରେ ଆଜିଠାରୁ ଲଘୁଚାପ ପ୍ରଭାବ। ଆସନ୍ତା ୪ଦିନ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଲେ
ରାକ୍ଷୀ ପୂର୍ଣ୍ଣିମାରେ ସରକାର ବାଣ୍ଟିବେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଂକା।
ଖରିଫ୍ ଧାନ କିଣା ପାଇଁ ଚାଷୀଙ୍କର ହେବ ଇ କେଓ୍ବାସି। ବାପା ଜେଜେଙ୍କ ନାଁ ରେ ଜମିଥିଲେ ପୁଅ କରିପାରିବେ ପଞ୍ଜିକରଣ।
ଆକାଂକ୍ଷୀ ବ୍ଲକ୍ ଯୋଜନାରେ ରାଜ୍ୟର ୧୧ଟି ନୂଆ ବ୍ଲକ୍ ସାମିଲ। ରାଜ୍ୟରେ ଆକାଂକ୍ଷୀ ବ୍ଲକ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି।
ରାଜ୍ୟରେ ହେବ ଅଧିକ ୬୩୫୮ ବୁଥ। ଏଜେଣ୍ଟ ନିଯୁକ୍ତ କରିବାକୁ ରାଜନୈତିକ ଦଳଗୁଡିକୁ ଆହ୍ଵାନ। ଫଟୋ ଏବଂ ମୋବାଇଲ ନମ୍ବର ଦେବା ଜରୁରୀ।
ମନ୍ତ୍ରୀ ଜେନା କହିଲେ, ରାଜ୍ୟର ୨୨ଟି ଖଣି ଖୁବଶୀଘ୍ର ଆମେ ନିଲାମ କରିବୁ, ରାଜ୍ୟର ରାଜସ୍ୱ ବଢ଼ାଇବୁ।
ରାଜ୍ୟରେ ୬ ନୂଆ ବୟନ ପାର୍କ ହେବ। କମ୍ପାନି ସିଧା ଆସି ନିଜର କାରଖାନା କରିପାରିବେ
ରାଜ୍ୟରେ ୪୯ ଜଣ ଆଇଏଏସ ଓ ଜିଲ୍ଲାପାଳ ସ୍ତରରେ ବଡ ଧରଣର ଅଦକ ବଦଳ କଲେ ସରକାର। ପୁଣି ବଦଳିଲେ ପୁରୀ ଜିଲ୍ଲାପାଳ।
୨୦୯ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଗଲା। ଆଭ୍ୟନ୍ତରୀଣ ଅଭିଯୋଗ ସମିତି ରିପୋର୍ଟ ନ ଦେବାରୁ ଦଣ୍ଡ ଦେଲେ ସରକାର।
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନିଯୁକ୍ତି ପାଇଁ ସମ୍ଭାବିତ ଆଲୋଚନା ଓ ନିଷ୍ପତ୍ତି ପାଇଁ ବିଜେପି ସଭାପତି ମନମୋହନ ସାମଲଙ୍କୁ ଦିଲ୍ଲୀ ଡାକରା
ପୁରୀରେ ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି, ଅପରାହ୍ନ ପରେ ଦର୍ଶନ କଟକଣା ରହିବ
ବାଲେଶ୍ବର କଲେଜ ଛାତ୍ରୀ ମାମଲାରେ ଶୁଣାଣି କରି ହାଇକୋର୍ଟ କହିଲେ ଆମେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ। ଏସଆଇଟି ଗଠନର ଆବଶ୍ୟକତା ନାହିଁ
ପୁରୀରେ ଯୁବତୀଙ୍କ ସହ ଦୁର୍ବ୍ୟବହାର ହେଲା ପାର୍କିଂଗ ସ୍ଥାନରେ। ଅଭିଯୋଗ ପରେ ୨ ଯୁବକ ଧରାପଡିଲେ
ଚଣ୍ଡିଖୋଲରେ ଯାତ୍ରା ମଞ୍ଚରେ ସାପ ଖେଳାଇଲେ ତୁଳସୀ ଗଣନାଟ୍ୟ। ବନ ବିଭାଗର ତଦନ୍ତ କରି ପଦକ୍ଷେପ ନେବେ
ହାଇଟେକ ମେଡିକାଲ କଲେଜ ହସପିଟାଲରେ ବିଭାଗର ମୁଖ୍ୟଙ୍କ ବିରୁଦ୍ଧରେ ନର୍ସ ଆଣିଛନ୍ତି ନିର୍ଯ୍ୟାତନା ଓ ଫେବର ମାଗିବା ଅଭିଯୋଗ।
ପୁରୀ କଣ୍ଠପୁର ଅଞ୍ଚଳରେ ତିନି ଭଉଣୀ ମନ୍ଦିରରୁ ଫେରିବା ବେଳେ ଛଅ ଜଣ ଯୁବକ ତାଙ୍କ ଓଢଣୀ ଟାଣିଲେ ଓ ମୋବାଇଲ ଛଡ଼ାଇଲେ। ଦୁଇଜଣ କାବୁ।
କଟକ ଆଠଗଡ଼ରେ ବନବିଭାଗ ଚଢାଉ, ୨ ଲକ୍ଷ ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ।
ଢେଙ୍କାନାଳ ଜିଲ୍ଲା ବିରାଶାଳ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ। ଘଟଣାସ୍ଥଳରେ ଗାଡି ଛାଡ଼ି ଡ୍ରାଇଭର ଫେରାର
ଭୂମିହୀନଙ୍କୁ ସ୍ଥାୟୀ ଘରପଟ୍ଟା ଦାବିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣଙ୍କ ଆନ୍ଦୋଳନ
ଭଦ୍ରକ ଜିଲ୍ଲା ଭବାନୀବିନ୍ଧା ଗ୍ରାମରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମୃତ। ମୃତକ ଗୋଲକ ମଣ୍ଡଳ।
ବାଲେଶ୍ବର ସୋର ଚଡକମରା ଛକରେ ତଳନଗର କଲେଜ ଅଧକ୍ଷଙ୍କ ଡିକି ଭାଙ୍ଗି ୨ଲକ୍ଷ ୪୫ ହଜାର ଲୁଟିନେଲେ
ଯାଜପୁର ବାଲିଚନ୍ଦ୍ରପୁରରୁ ଅପହରଣର ହୋଇଥିବା ଜଣେ ନାବାଳିକା ଛାତ୍ରୀ ଆଠମାସ ପରେ ଓଡିଶା ପଶ୍ଚିମବଙ୍ଗ ସୀମାରୁ ଉଦ୍ଧାର ହେଲା
ଭୁବନେଶ୍ୱର ଏଜି ଛକରେରେ ଥିବା ମନ୍ତ୍ରୀ ଓ ଆଇଏଏସଙ୍କ କ୍ୱାର୍ଟର ସମ୍ମୁଖରେ ଯୁବତୀଙ୍କୁ ଅସଦାଚରଣ, ଯୁବତୀ ପାଟି କରିବାରୁ ଲୋକଙ୍କ ଦ୍ଵାରା ଉଦ୍ଧାର।
ସୁନ୍ଦରଗଡ଼ ହେମଗିରରେ ଅପକର୍ମର ଭିଡିଓ ଭାଇରାଲ୍, ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମରେ ଆଣ୍ଠୁଏ କାଦୁଅରେ ୨ କିମି ଯାଏ ଶବ ବୋହିଲେ ଗାଁ ଲୋକେ
ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୪ କିଲୋମିଟର ଦୂର ପାଟେଣୀଗାଁ ବିଦ୍ୟାଳୟରେ ୪ଟି କକ୍ଷରେ ଚାଲିଛି ୯ଟି ଶ୍ରେଣୀ
ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର। ମୋବାଇଲ ଆଲୁଅରେ ରୋଗୀଙ୍କୁ ଫୋଡ଼ା ହେଉଛି ସାଲାଇନ।
ଆଜି ଜାତୀୟ ପ୍ରସାରଣ ଦିବସ
ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ
ଆଜି ଜନ୍ମଦିନ: ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ, ଚନ୍ଦ୍ରଶେଖର ଆଜାଦ, ହିମେଶ ରେଶମୀୟା, ଏଲିନା ସାମନ୍ତରାୟ (ଅଭିନେତ୍ରୀ, କଟକ )
ଆଜି ତିରୋଧାନ: ମେହମୁଦ, କ୍ୟାପଟେନ ଲକ୍ଷ୍ମୀ ସେହେଗାଲ
ଇତିହାସରେ ଆଜି: (୧୯୨୭) ଦେଶରେ ରେଡ଼ିଓ ସେବା ବମ୍ବେରୁ ଆରମ୍ଭ/ (୧୯୦୩) ଫୋର୍ଡ ମୋଟର୍ସ ପ୍ରଥମ କାର ବିକ୍ରି କଲେ/ (୧୫୫୫) ସିକନ୍ଦର ସୁରିକୁ ହରାଇ ଦିଲ୍ଲୀରେ ପହଁଚିଲା ହୁମାୟୁନ/ (୧୯୮୮) ସାତ ଭାରତୀୟ ବୈଜ୍ଞାନିକଙ୍କୁ ଆମେରିକା ଦେଶରୁ ବାହାର କଲା
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
