September 12, 2026

ଦୃଷ୍ଟି ବାଧିତ ଙ୍କୁ ଶିକ୍ଷା ଉପକରଣ ପ୍ରଦାନ କରାଯାଇଛି ..

IMG-20250720-WA0025
Share

 

ପୁରୀ ୨୦/୭ ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଦ୍ଵାରା ନିମାପଡା ଓ ଗୋପ ର ସ୍ବତନ୍ତ୍ର ବିଦ୍ୟାଳୟ ରେ ପଢୁଥିବା ୪ ଜଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ଙ୍କୁ ଆନି ସ୍ମାର୍ଟ ଡିଭାଇସ ବା ଶିକ୍ଷା ଉପକରଣ ପ୍ରଦାନ କରାଯାଇଛି।ଏହି ଉପକରଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଲାଭ ପାଇଁ ଅନେକ ଉପାଦେୟ ସାବ୍ୟସ୍ତ ହୋଇ ପାରିବ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଶିକ୍ଷା ଲାଭ ପାଇଁ କୌଣସି ପ୍ରତିବନ୍ଧକ ଯେପରି ନ ରୁହେ ସେଥିପାଇଁ ଯତ୍ନ ବାନ ହେବାକୁ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।ସେହିପରି ଛାତ୍ରଛାତ୍ରୀ ମାନେ ଯେପରି ଏହି ଉପକରଣର ସଠିକ ଉପଯୋଗ କରି ଉପକୃତ ହେବେ ସେଥିପାଇଁ ସେମାନ ଙ୍କୁ ସଠିକ ପ୍ରଶିକ୍ଷଣ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉପକରଣ ପ୍ରଦାନ ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ ଉପସ୍ଥିତ ଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l