April 24, 2026

ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ସୌମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି।

IMG-20250718-WA0090
Share

 

( ଦେବାଶିଷ ଦାଶ କ୍କ ରିପୋର୍ଟ )

ଶୁକ୍ରବାର ସନ୍ଧ୍ୟା ୬ ଘଟିକା ସମୟରେ ରେମୁଣା ବିଜେପି ପକ୍ଷରୁ ରେମୁଣାର ଆରାଧ୍ୟ ଦେବତା ପ୍ରଭୁ କ୍ଷୀରଚୋରା ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଫକୀରମୋହନ କଲେଜ ଛାତ୍ରୀ ସ୍ବର୍ଗତା ସୌମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସାମୁହିକ ଦୀପ ଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରଥମେ ସୌମ୍ୟାଶ୍ରୀ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଦୀପ ଲଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହା ପରେ ସମସ୍ତେ ଏକା ସାଙ୍ଗରେ ଠିଆ ହୋଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କିଛି ସମୟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସାଂସଦ ପ୍ରତିନିଧି ରେମୁଣା ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ଗିରିଧାରୀ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା,ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ,,

ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ବିବେକ ବିକାଶ ରାଉତ, ଉମାକାନ୍ତ ଜେନା, ରଘୁନାଥ ପରିଡ଼ା, ମାନସ କୁମାର ମହାନ୍ତି, ପ୍ରଫୁଲ୍ଲ ଦ୍ବିବେଦୀ, ପୂର୍ବତନ ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା, ମଳୟ କୁମାର ବିଶ୍ବାଳ ଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁକୁମାର ଦାସ, ସୁବୋଧ ଚନ୍ଦ୍ର ପଣ୍ଡା, ଜୟନ୍ତ ପଣ୍ଡା, କାଳୀ ଚରଣ ମାଲ, ଶିବ ଶଙ୍କର ରାୟ, ଚିତ୍ତରଞ୍ଜନ ଦାସ, ଅନନ୍ତ ସାହୁ, ଯଦୁ ନାରାୟଣ ବେହେରା, ପଦ୍ମଲୋଚନ ସାହୁ, ନାରୁ, ଚନ୍ଦ୍ରକାନ୍ତି ପ୍ରଧାନ, ରବିତା ଦାସ ଉପସ୍ଥିତ ଥିଲେ।