April 25, 2026

ମୋହନା ବ୍ଲକ ପରିସର ମଧ୍ୟରେ ମିଶନ ଶକ୍ତି କାଫେ କୁ ଉଦଘାଟନ କଲେ ସ୍ଥାନୀୟ ବିଧାୟକ ଦାଶରଥି …

IMG-20250718-WA0083
Share

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପରିସର ମଧ୍ୟରେ ଆଜି ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ମିଶନ ଶକ୍ତି କାଫେ କୁ ଆନୁଷ୍ଠାନିକ ଭାବେ ରିବନ୍ ଫିତା କାଟି ଉଦଘାଟନ କରିଛନ୍ତି। ଏହି ଉଦଘାଟନ ସମାରୋହ ରେ ବିଧାୟକ ଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୁନ୍ତଳା କୁମାରୀ ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ବ୍ଲକ ଉପାଧ୍ୟକ୍ଷ ବାଲ୍ମୀନା ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ, ସାଂସଦ ପ୍ରତିନିଧି, ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ,ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ନାରାୟଣ ପାଢ଼ୀ, ସହକାରୀ ଯନ୍ତ୍ରୀ ଇଂ. ପ୍ରଦ୍ୟୁମ୍ନ ନାୟକ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଙ୍କ ସମେତ ବ୍ଲକ ରେ କାର୍ଯ୍ୟରତ ମିଶନ ଶକ୍ତି ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରେ କାଫେ କୋଠା କୁ ଉଦଘାଟନ କରିଥିଲେ। ଏହି କାଫେ ମୋହନା ବ୍ଲକ ର ମହିଳା ମିଶନ ଶକ୍ତି ସଂଘ ପରିଚାଳନା ଦାୟିତ୍ଵ ନେଇଥିବା ବେଳେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି କରି ଉଚିତ୍ ମୂଲ୍ୟରେ ଗ୍ରାହକଙ୍କୁ ଯୋଗାଇବେ ବୋଲି କାଫେ ଦାୟିତ୍ଵ ରେ ଥିବା ମହିଳା ଗୋଷ୍ଟି ପ୍ରକାଶ କରିଛନ୍ତି। ଉଦଘାଟନ ଦିବସରେ ନିର୍ବାଚିତ ପ୍ରତିନିଧି, ଉପସ୍ଥିତ ଅତିଥି ମାନଙ୍କୁ କାଫେ ଦାୟିତ୍ଵ ରେ ଥିବା ମହିଳା ମାନେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି କରି ପରଷି ଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି।