April 25, 2026

ସଦଗୁରୁ ଶ୍ରୀ ଅର୍ଜୁନଙ୍କ ୯୩ତମ ଜୟନ୍ତୀ ଉତ୍ସବ ପାଳିତ, ଚକ୍ଷୁ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ 

IMG-20250718-WA0078
Share

 

 

ବୁଗୁଡ଼ା : ତା ୧୮/୦୭/୨୫ : ପରମ ପୂଜ୍ୟ ସଦଗୁରୁ ଶ୍ରୀ ଅର୍ଜୁନଙ୍କ ୯୩ତମ ଜୟନ୍ତୀ ଉତ୍ସବ ଦିବ୍ଯ ଦର୍ଶନ ଜରାଶ୍ରମ ପରିସରରେ ଆଦିପୁର ଦିବ୍ଯ ଦର୍ଶନ ଶାଖା ପକ୍ଷରୁ ପାଳିତ ହୋଇଯାଇଛି। ଏ ଅବସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର, ରକ୍ତଦାନ ଶିବିର ଏବଂ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ୭ ଜଣ ମହିଳାଙ୍କ ସମେତ ୫୧ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲା ବେଳେ ଚକ୍ଷୁ ଚିକିତ୍ସା ଶିବିରରେ ୫୪ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଥି ସହ ଜରାଶ୍ରମ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।

ଦିବ୍ୟଦର୍ଶନ ସଙ୍ଘ ସଭାପତି ମନୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମଗୁଡିକର ପରିଚାଳନାରେ ରାଜେନ୍ଦ୍ର କୁମାର ଜେନା, ରଙ୍କନିଧି ମହାନ୍ତି, ବିଦ୍ୟାଧର ସାହୁ,ଧନେଶ୍ୱର ସାହୁ,ସତ୍ୟନାରାୟଣ ନାହାକ, ଅରୁଣ କୁମାର ସାହୁ,ରାଜେନ୍ଦ୍ର କୁମାର ପ୍ରଧାନ, ରବୀନ୍ଦ୍ର କୁମାର ସାହୁ, ଶମ୍ଭୁନାଥ ନାୟକ ଭାରତ ଭୂଷଣ ନାୟକ, ଲଡ଼ୁ କିଶୋର ନାୟକ, ସନାତନ ବିଷୋୟୀ, ନିକୁଞ୍ଜ ମୋହନ ବେହେରା, ନିରାକାର ମହାନ୍ତି, ଲଡ଼ୁ କିଶୋର ନାୟକ, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।