April 24, 2026

ତେମଳା ଗ୍ରାମରେ ଅଗ୍ନିକାଣ୍ଡ, ଗାଈ , ଛେଳି ଜୀବନ୍ତ ଦଗ୍ଧ , ଦୁଇ ଆହତ

IMG-20250718-WA0001
Share

 

 

ହାଟଡିହି ତା ୧୭/୦୭(ମନମୋହନ ନାୟକ) : ହାଟଡିହି ବ୍ଲକ ତେମଳା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ଜଳିଯିବା ସହ ଗୋଟିଏ ଗାଈ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି l ଗ୍ରାମର ଘନଶ୍ୟାମ ପେଡା, ରମେଶ ଚନ୍ଦ୍ର ପେଡା, ବେଣୁଧର ପେଡା ତିନି ଭାଇଙ୍କର ଚାରି ବଖରା ଘରେ ପନ୍ଦର ଗୋଟି ଗୋରୁ,ନଅ ଗୋଟି ଛେଳି ଥିବାବେଳେ ଗତକାଲି ରାତିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା l ପରିବାର ସମେତ ଗ୍ରାମବାସୀ ମାନେ ନିଆଁ କୁ ଆୟତ କରିଥିଲେ l ଗୋଟିଏ ଗାଈ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଥିବଳେ ଅନେକ ଗୋରୁ ଆହତ ହୋଇଛନ୍ତି l ନିଆଁ ଲିଭାଇବାକୁ ଯାଇ ଘନଶ୍ୟାମ ଙ୍କ ସହ ପରିବାରର ଆଉ ଜଣେ ସଦସ୍ୟ ଆହତ ହୋଇଛନ୍ତି। ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁ କୁ ଆୟତ କରିଥିଲେ।