April 24, 2026

ଉତ୍କଳ ଆଲୁମିନା ବାଫାଲିମାଳି ସିଏସଆର ତରଫରୁ ହାଲୁକା ମୋଟର ଯାନ ଚଳାଇବା ପାଇଁ ୨ୟ ପର୍ଯ୍ୟାୟ ଶିବିର ଶୁଭାରମ୍ଭ 

IMG-20250717-WA0082
Share

   .ରାୟଗଡା, ୧୧/୭; ରାୟଗଡା ଜିଲ୍ଲା ଟିକିରି ଅଧିନ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ଯୁବପିଢୀଙ୍କୁ ତାଲିମ ପ୍ରଦାନ କରି ଆତ୍ମନିର୍ଭରଶୀଳ କରାଇବା ନିମନ୍ତେ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ଉତ୍କଳ ଆଲୁମିନା, ବାଫ୍ଲିମାଳି ଖଣି ସିଏସଆର ବିଭାଗ ତରଫରୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଇକାଞ୍ଚ ପଞ୍ଚାୟତ ନୂଆଗାଁ ଠାରେ କୁଶଳୀ ପ୍ରକଳ୍ପ ଅନ୍ତର୍ଗତ ହାଲୁକା ମୋଟର ଯାନ ପ୍ରଶିକ୍ଷଣ ପାଇଁ ମାସିକିଆ ଶିବିର ଆରମ୍ଭ ହୋଇଛି । ଏଥିପାଇଁ ଅଧାରୁ ପାଠ ଛାଡି ଗ୍ରାମାଞ୍ଚଳରେ ବେକାରୀ ହୋଇ ରହିଥିବା ଯୁବବର୍ଗଙ୍କୁ ଅର୍ଥ ଉପାର୍ଯନ ସକାଶେ ସେମାନଙ୍କୁ ଅର୍ଥିକ ଆତ୍ମନିର୍ଭରଶୀଳ ପାଇଁ ଖଣି ସିଏସଆର ବିଭାଗ ପକ୍ଷରୁ ଏହାର ଦିତ୍ୱୀୟ ପର୍ଯ୍ୟାୟ ଶିବିର ଶୁଭାରମ୍ଭ ହୋଇଯାଇଛି । ଏହିକ୍ରମରେ ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରୀ ମାସରେ ଆରମ୍ଭ ହୋଇ ଫେବୃଆରୀ ମାସ ପର୍ଯ୍ୟନ୍ତ ଚାଲିଥିବା ଶିବିରରେ ଅଂଶଗ୍ରହଣ କରି ଜିଲ୍ଲା ପରିବହନ ବିଭାଗ ତରଫରୁ ଆୟୋଜିତ ହାଲୁକା ଯାନ ଚଳାଇବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ୩୦ ଜଣ ଯୁବକଙ୍କୁ ସର୍ବଭାରତୀୟ ମାନ୍ୟତା ପ୍ରାପ୍ତ ଲାଇସେନ୍ସ ପ୍ରଦାନ କରାଯାଇଛି । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ତାଲିମ ଗ୍ରହଣ ସକାଶେ ପୁଣି ୩୦ ଜଣ ଯୁବକଙ୍କ ନାମ ପଞ୍ଚିକରଣ ହୋଇଛି । ଉକ୍ତ ପଞ୍ଜିକୃତ ଯୁବକମାନେ ସ୍ଥାନୀୟ ମାଇକାଞ୍ଚ ଓ କୋଡିପାରି ଗ୍ରାମପଂଚାୟତ ଅଧୀନ ଅଣ୍ଡିରାକଞ୍ଚ, ପାଇକକୁପାଖଲ, ମାଇକଞ୍ଚ, ନୂଆଗାଁ, ରେଙ୍ଗ ଓ ଯୋଗିପାରିତୁଣ୍ଡା ଗ୍ରାମର । କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ଖଣି ମୁଖ୍ୟ ବିଜୟ ଚୌହାନ, ଖଣି ବିଭାଗ ସିଏସଆର ମୁଖ୍ୟ ମନୋଜ କୁମାର ଦାସଙ୍କ ସମେତ ମାଇକାଞ୍ଚ ଗ୍ରାମପଂଚାୟତ ସରପଞ୍ଚ ମସ୍ତରାମ ମାଝି , ସମିତି ସଭ୍ୟ ହରିଶ ଚନ୍ଦ୍ର ଦଳପତି , ଗୋଷ୍ଠୀ ମୁଖ୍ୟ କିଶୋର ଦିଶାରୀ, ମରକନ୍ଦ ଦିଶାରୀ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଖଣି ମୁଖ୍ୟ ଶ୍ରୀ ବିଜୟ ଚୌହାନ କହିଛନ୍ତି, ତାଲିମ ହାସଲ କରିଥିବା ଯୁବ ବର୍ଗ ନିଜ ପରିବାର ପ୍ରତିପୋଷଣ ପାଇଁ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହୋଇଛନ୍ତି । ସେମାନେ ସମଗ୍ର ଦେଶରେ ଗାଡ଼ି ଚାଳନା ପାଇଁ ଯୋଗ୍ୟ ବିବେଚିତ । ଏହା ସେମାନଙ୍କ ଜୀବିକା ଅର୍ଜନରେ ସାହାଯ୍ୟ କରିବ। ଦକ୍ଷ ଭାବେ ଗାଡି ଚାଳନା ଦ୍ୱାରା ସେମାନେ ନିଜର ଓ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା କରିପାରିବେ ବୋଲି ଶ୍ରୀ ଚୌହାନ ପ୍ରକାଶ କରିଥିଲେ । ମଇକାଞ୍ଚ ସରପଞ୍ଚ ଶ୍ରୀ ମସ୍ତରାମ ମାଝି ଉତ୍କଳ ଆଲୁମିନାର ଏପରି କାର୍ଯ୍ୟକୁ ଭୂୟୁସି ପ୍ରଶଂସା କରିଥିଲେ । ସେହିପରି ସମିତି ସଦସ୍ୟ ଶ୍ରୀ ହରିଶ ଚନ୍ଦ୍ର ଦଳପତି ଗ୍ରାମରେ ହୋଇଥିବା ବିକାଶ ପାଇଁ ବିଭିନ୍ନ ସିଏସଆର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି, ଏଥି ସହିତ ଆଗାମୀ ଦିନରେ ଏଭଳି ଉନ୍ନୟନ ମୂଳକକାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମ ସିଏସଆର ବିଭାଗ କର୍ମକର୍ତା ତଥା ସିଏସଆର ମ୍ୟାନେଜର ସୁଶାନ୍ତ ଧଳ, ମାଇନ୍ସ ଆଡମିନ ଓ ଡେପୁଟି ମ୍ୟାନେଜର ବିନୋଦ ପୂଜାରୀ, ବରିଷ୍ଠ ଅଧିକାରୀ ସୁଧୀର କୁମାର ନାୟକ, ମାଇନ୍ସ ଆଡମିନ ଅଧିକାରୀ ପ୍ରଶାନ୍ତ ସିଂ, ସହାୟକ ଅଧିକାରୀ ଏମ ଦେବୀ ପ୍ରିୟା ଓ ଡେପୁଟି ଅଧିକାରୀ ସଂଜୀବ କୁମାରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କରାଇଥିଲା ।

ରାୟଗଡା ରୁ ରବି ରାଜ ବୈଦ୍ୟଙ୍କ ରିପୋର୍ଟ

You may have missed