କୁଜଙ୍ଗରେ ସୌମ୍ୟାଶ୍ରୀ ବିଶି ନ୍ୟାୟ ପାଇଁଁ ଓଡ଼ିଶା ବନ୍ଦ ସଫଳ ..
କୁଜଙ୍ଗଠାରେ କଂଗ୍ରେସ ସମେତ ମିଳିତ ବିରୋଧୀ ଦଳ ପକ୍ଷରୁ ବାଲେଶ୍ଵର ଫକିରମୋହନ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମଶ୍ରୀକୁ ନ୍ୟାୟ ପ୍ରଦାନ ଦାବିରେ
କଂଗ୍ରେସ ନେତା ନିରଞ୍ଜନ ନାୟକ ନେତୃତ୍ବରେ ବନ୍ଦ କାର୍ଯ୍ୟକ୍ରମ ସଫଳ ହୋଇଛି । ଦୋକାନ ବଜାର,ସ୍କୁଲ,କଲେଜ,ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିବା ସହିତ ବସ,ଟ୍ରକ ଚଳାଚଳ ବନ୍ଦ ରହିଥିଲା । ଏହି ବନ୍ଦ କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଲକ ଯୁବ କଂଗ୍ରେସ ସଭାପତି ସ୍ଵାଧୀନ ସଂଗ୍ରାମ ପାଲ୍ ,କୁଜଙ୍ଗ ବ୍ଲକ ସଭାପତି ନିହାର ରଞ୍ଜନ ଦାସ, ଛାତ୍ର କଂଗ୍ରେସ ର ରାଜ୍ୟ ସଂପାଦକ ରଶ୍ମି ରଂଜନ ପରିଡ଼ା, ସୁନିଲ କୁମାର ଲେଙ୍କା, ଅମ୍ରେସ୍ ସାହୁ, ମାନସ ବିଶ୍ବାଳ, ବିଜୟ ସଂଗ୍ରାମ ପାଲ୍ କୁଜଙ୍ଗ ଏଡଭୋକେଟ ମଞ୍ଜୁଲତା ରାଉତ,ବାମପନ୍ଥୀ ନେତା ସୁବାଷ ମହାପାତ୍ର ପ୍ରମୁଖ ଯୋଗଦେଇ ବନ୍ଦକୁ ସଫଳ କରିଥିଲେ। ପାରାଦୀପର କଂଗ୍ରେସ ନେତା ନିରଞ୍ଜନ ନାୟକ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ଵର ସାଂସଦ,ଏଫଏମ କଲେଜର ପ୍ରିନ୍ସପାଲ,ଅଧ୍ୟାପକ ଏବଂ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି। ଏହି ଘଟଣାର ସେ ବିଚାର ବିଭାଗୀୟ ତଦନ୍ତ ପାଇଁ ଗଣମାଧ୍ୟମ ସମ୍ମୁଖରେ ନିଜର ମତ ରଖିଥିଲେ। ( ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
