March 10, 2026

ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬୩ ପିଲାଙ୍କ ପାଠ ପଢା

IMG-20250716-WA0050
Share

 

 

ମୟୂରଭଞ୍ଜ(ବିଭୂତି ରାଉତ)

ମୋରଡା ବ୍ଲକ ଅବସ୍ଥିତ ବଳଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ ଗୃହ ର ଚାଲିଛି ପ୍ରଥମ ରୁ ପଞ୍ଚମ କ୍ଲାସ୍ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା, ମାତ୍ର ସ୍କୁଲ ରେ ଅଧ୍ୟୟନ କରନ୍ତି ୬୩ ଜଣ ଛାତ୍ର ଛାତ୍ରୀ କିନ୍ତୁ ଗୋଟିଏ ଶ୍ରେଣୀ ଗୃହରେ ପଞ୍ଚମ ଶ୍ରେଣୀ ପାଠ ପଢା ସରିଲା ପରେ ସେହି ପିଲା ବାହାରେ ବସନ୍ତି,ପୁଣି ଚତୁର୍ଥ ଶ୍ରେଣୀ ପିଲାମାନଙ୍କର ପାଠ ପଢା ଆରମ୍ଭ ହୁଏ। ଏହିପରି ଗୋଟିଏ ପରେ ଗୋଟିଏ କ୍ଲାସ୍ ହେଇ ଚାଲେ ଏବଂ ଯୋଉ ପିଲାମ।ନଙ୍କର କ୍ଲାସ୍ ନଥାଏ ସେମାନେ ବାହାରେ ବସନ୍ତି। ଠିକ୍ ଭାବରେ ପିଲା ମାନେ ପାଠ ପଢ଼ି ପାରୁନାହାନ୍ତି ଏ ବାବଦରେ ଗ୍ରାମବାସୀ, ସ୍କୁଲ ପରିଚାଳନା କମିଟି ଓ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶେକ ସିଦିର ଉଚ୍ଚ ପଦାଧିକାରୀ ବିଇଓ, ବିଡିଓ, ସରପଞ୍ଚ ଙ୍କୁ ଲିଖିତ ଅଭିଯୋଗ ଦେଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନାହିଁ। ସ୍କୁଲ ରେ ଗୋଟିଏ ବିଲ୍ଡିଂ ଆବଶ୍ୟକ ହେଉ ଅଛି। ଯଥା ଶୀଘ୍ର ସେଠାରେ ସ୍କୁଲ ବିଲ୍ଡିଂ କରିବାକୁ ଅଭିଭାବ ଓ ଗ୍ରାମବାସୀ ଦାବି କରୁଛନ୍ତି।