November 16, 2024

ବିଜେପି ନେତା ଗୋକୁଳାନନ୍ଦ ମଲ୍ଲିକ ଏବଂ ଦୀପକ ପ୍ରଧାନଙ୍କୁ ଗିରଫ ଦାବିରେ ବିଜେଡିର ବିଶାଳ ପ୍ରତିବାଦ ଶୋଭାଯାତ୍ରା

Share

ବୁଗୁଡ଼ା : ତା ୨୨/୦୪/୨୩ : ଏ ମାସର ଗତ ୧୭ ତାରିଖରେ ବିଜେପିର ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକଙ୍କ ନିର୍ଦ୍ଦେଶରେ ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ ତାଙ୍କର କେତେକ ଭଡାଟିଆ ଗୁଣ୍ଡାକୁ ନେଇ ବିଜେଡିର ସକ୍ରିୟ କର୍ମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ନଗର ସଭାପତି କେ.ତ୍ରିଲୋଚନ ଦୋରାଙ୍କୁ ଆକ୍ରମଣ କରିଥିବା ନେଇ ବୁଗୁଡା ଥାନାରେ ପୃଥକ୍ ପୃଥକ୍ ଭାବେ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୨୫୬/୨୩ ଓ ୨୫୮/୨୩ରେ ଦୁଇଟି ମାମଲା ରୁଜୁ କରିଥିଲେ ହେଁ କୌଣସି ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି । ତେବେ ଉକ୍ତ ଆକ୍ରମଣ ଘଟଣା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ବିଜେଡି ପକ୍ଷରୁ ହଜାର ହଜାର ମହିଳା ଓ ପୁରୁଷଙ୍କୁ ନେଇ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାର କରାଯାଇଲା । ଉକ୍ତ ଶୋଭାଯାତ୍ରା ବୁଗୁଡ଼ା ବ୍ଲକ ଛକରୁ ବାହାରି କରି ଥାନାରେ ପହଞ୍ଚି ଥିଲା । ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ଯରେ ଏକ ଦାବି ପତ୍ର ଭଞ୍ଜନଗର ଏସଡ଼ିପିଓ ବିଶ୍ବାମିତ୍ର ହରପାଲଙ୍କୁ ପ୍ରଦାନ କରାଯାଇଥିଲା । ବୁଗୁଡା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା ଓ ବ୍ଲକ ସଭାପତି ଇ.ମଦନ ଗୋପାଳ ଦୋରାଙ୍କ ନେତୃତ୍ତ୍ଵରେ ଆୟୋଜିତ ଉକ୍ତ ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ସହସ୍ର ସହସ୍ର ଦଳୀୟ କର୍ମୀ ଓ କର୍ମକର୍ତ୍ତା ସାମିଲ୍ ରହିଥିଲେ ।

ବୁଗୁଡ଼ା ରିପୋର୍ଟ ହର ପ୍ରସାଦ ପାଢି