March 8, 2026

ସ୍ଥାନୀୟ ଶ୍ରୀମିକଙ୍କୁ ଅଣ ଦେଖା ଯନ୍ତ୍ରୀଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି 17କୋଟି ଟଙ୍କା ର କାମ ଅସନ୍ତୋଷ ପ୍ରକାଶ କଲେ ଓଏସଆରଟିସି ଚେୟାରମେନ 

IMG-20250714-WA0068
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଜାତୀୟ ରାଜ ପଥ କଡ଼ରେ ଚାଲିଛି ପାଚେରି କାନ୍ଥ ଓ ଷ୍ଟଲ ନିର୍ମାଣ କାମ. କିନ୍ତୁ ଏହି କାମ ସ୍ଥଳ ରେ କୌଣସି ଠିକାଦାର କିମ୍ବା ଯନ୍ତ୍ରୀଙ୍କ ଉପସ୍ଥିତି ଦେଖା ଯାଉନାହିଁ.ଉକ୍ତ କାମ କେଉଁ ବିଭାଗ ଦ୍ୱାରା ଚାଲୁଛି ଏହାର ଅଟକଳ ମୂଲ୍ୟ କେତେ ବୋଲି ସେଠାରେ ସୂଚନା ଫଳକ ମଧ୍ୟ ଲଗା ଯାଇ ନାହିଁ. କାମ ଆରମ୍ଭ ହୋଇ ଏକ ମାସ ହେବାକୁ ଯାଉଛି. କେବଳ କେନ୍ଦ୍ରପଡା ରୁ ମିସ୍ତ୍ରୀ ଓ ଶ୍ରୀମିକ କାମ କରୁଥିବା ବେଳେ ଦିନ କୁ ଗୋଟିଏ ସୁପର ଭାଇଜର କାର୍ଯ୍ୟ ସ୍ଥଳରେ ରହୁଛନ୍ତି ଯୋଗାଯୋଗ କଲେ କୌଣସି ତଥ୍ୟ ଦେଇପାରୁନାହାନ୍ତି, ଜାତୀୟ ରାଜ ପଥ କଡ଼ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ସମୁଖରେ ଏହି ନିମ୍ନ ମାନର ବାଲି ଓ ଲୁହା ଛଡ଼ ରେ କାମ ଚାଲୁଛି କିନ୍ତୁ କାହାର ନଜର ନାହିଁ ବୋଲି ବୁଦ୍ଧି ଜୀବି ମହଲ ରେ ପ୍ରକାଶ ପାଇଥିବା ବେଳେଏଠାରେ ବାହାର ଲୋକ କାମ କରୁଛନ୍ତି ସ୍ଥାନୀୟ ଦିନ ମୋଜୁରିଆ କାମ ନ ପାଇ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉ ଛନ୍ତି. ଶ୍ରମ ବିଭାଗ ନିରଵ ବୋଲି ଜନ ସାଧାରଣ ରେ ଦିନ କୁ ଦିନ ଅସନ୍ତୋଷ ବଢିବା ରେ ଲାଗିଛି.ଏ ସମ୍ପର୍କ ରେ ଆଜି କାର୍ଯା ସ୍ଥଳ ରେ ଥିବା ସୁପର ଭାଇଜର ସନ୍ଦୀପ ସାମଲ ଙ୍କୁ ଯୋଗାଯୋଗ କରିଥିଲୁ. ଯନ୍ତ୍ରୀଠିକାଦାର ଙ୍କୁ ଯୋଗାଯୋଗ କରି ଫଳକ ଲଗାଯିବ. ୱେଷ୍ଟ ବେଙ୍ଗଲ ଓ କେନ୍ଦ୍ର ପଡା ରୁ ମିସ୍ତ୍ରୀ ଓ ଶ୍ରୀମିକ ଏଠାକୁ ଆସି କାମ କରୁଛନ୍ତି କେଉଁ ବଭାଗ କାମ ମୁ ଜାଣି ନାହିଁ ବୋଲି ସୂଚନା ଦେଇଥିବାର ବେଳେ ଓଏସଆରଟିସି ଚେୟାରମେନ ତଥା ଗୋଷ୍ଟି ଉନ୍ନୟନ ଅଧିକାରୀ ସନ୍ଧ୍ୟା ସମରଥ ଙ୍କୁ ଯୋଗାଯୋଗ କରିବାରୁ ମୁ ଦାଇତ୍ୱ ନବା ପର ଠାରୁ ମତେ ଅବଗତ କରାଯାଇନାହିଁ ବୋଲି ଅସନ୍ତୋଷ ପ୍ରକାଶ କରି ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି.