March 10, 2026

ବୁଗୁଡ଼ାରେ ପରିବା ଦର ଆକାଶଛୁଆଁ , ଖାଉଟି ହନ୍ତସନ୍ତ …

IMG-20250714-WA0061
Share

ବୁଗୁଡ଼ା : ତା ୧୪/୦୭/୨୫ : ସଂପ୍ରତି ବୁଗୁଡ଼ା ସହରରେ ପନିପରିବାଦର ଆକାଶଛୁଆଁ ହୋଇଛି। ସ୍ଥାନୀୟ ପରିବା ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ପନିପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି। ପରିବା ବଜାରରେ ଏବେ ବିନ୍ସ କିଲୋ ୧୫୦ ଟଙ୍କା, କଞ୍ଚା ଲଙ୍କା ଓ ସିମଳା ଲଙ୍କା ୧୦୦ ଟଙ୍କା , ସଜନା ଛୁଇଁ ୮୦ ଟଙ୍କା , କଲରା ଓ କାଙ୍କଡ଼ ୭୦ ଟଙ୍କା , ବାଇଗଣ, ଫୁଲକୋବି ଓ ପୋଟଳ ୬୦ ଟଙ୍କା , ଝୁଲଣ, ଦେଶୀଆଳୁ, କଞ୍ଚା କଦଳୀ, ଟମାଟ, ଗାଜର ଓ ଜହ୍ନି ୫୦ ଟଙ୍କା , ଅମୃତ ଭଣ୍ଡା , ତୋରଡା, ପତ୍ରକୋବି, କାକୁଡି, ସାରୁ ଓ ଭେଣ୍ଡି ଆଦି ପରିବା କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି। ଏବେ ଯେକୌଣସି ପରିବାର ସର୍ବନିମ୍ନ ଦର ୪୦ ଟଙ୍କା ରହିଥିବା ବେଳେ ଏ ନେଇ ପରିବା ବଜାରରେ ଜଣେ ଗ୍ରାହକ କହିଛନ୍ତି ଯେ ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ପରିବା କିଣିଲେ ବ୍ୟାଗ ଭର୍ତ୍ତି ହୋଇଯାଉଥିଲା । ଏବେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ ପୁରୁନି। ଅନ୍ୟପକ୍ଷରେ ଦରବୃଦ୍ଧି ହେବାରୁ ସେହିପରି ପରିବା ବ୍ୟବସାୟୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ପରିବାବ୍ୟବସାୟୀଙ୍କ କହିବା ଅନୁଯାୟୀ, ବହୁ ଗ୍ରାହକ ଏବେ ଅଧିକ ପରିବା କିଣିବାକୁ ପୂର୍ବ ଭଳି ଇଚ୍ଛା ପ୍ରକାଶ କରୁନାହାନ୍ତି । ଯେଉଁମାନେ କିଣୁଛନ୍ତି ସୋମନେ ବହୁ କମ ପରିମାଣର ପରିବା କିଣୁ ଥ‌ିବାରୁ ବ୍ୟବସାୟୀମାନଙ୍କ ଚିନ୍ତା ବଢ଼ି ଯାଇଛି । ଲଗାଣ ବର୍ଷା ସାଙ୍ଗକୁ ଶ୍ରାବଣ ମାସରେ ନିରାମିଷ ଖାଦ୍ୟର ଚାହିଦା ଅଧିକ ଥିବାରୁ ସଂପ୍ରତି ପରିବା ଦର ବୃଦ୍ଧି ପାଇଛି ବୋଲି ପରିବା ବଜାର ବ୍ୟବସାୟୀଙ୍କ ଠାରୁ ପ୍ରକାଶ ପାଇଛି ।