March 8, 2026

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଏବଂ ବୃକ୍ଷରୋପଣ

IMG-20250712-WA0104
Share

ବେଗୁନିଆ,ତା12/07:ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କ ନୂତନ ପ୍ରୟାସ RAISE ର ସଫଳ

ରୂପାୟନ ନିମିତ୍ତ ଗୋପବଂଧୁ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ପ୍ରଭାତ

କୁମାର ନିଶଙ୍କଙ୍କ ତତ୍ୱାବଧାନ ଓ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଶନିବାର

ଦିନ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ ରତ ବିଦ୍ୟାର୍ଥୀଙ୍କ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସମ୍ମିଳନୀରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ଭଦ୍ରବ୍ୟକ୍ତି ଇଂ. ରାମ ମାନସ ପଣ୍ଡା

ଓ ଦେବାଶିଷ ସାହୁ ଯୋଗ ଦେଇ ଶୈକ୍ଷିକ ପ୍ରଗତି ପାଇଁ ବିଦ୍ୟାର୍ଥୀମାନଙ୍କ ପିତାମାତାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।ଦୁଇଶହ ଛାତ୍ରଛାତ୍ରୀ ମଧ୍ୟରୁ 88ଜଣଙ୍କ ପିତାମାତା ଉପସ୍ଥିତ ହୋଇ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ।

ଶ୍ରେଣୀଗୃହରେ ପ୍ରତ୍ୟହ ମୂଲ୍ୟାୟନ ହୋଇଥିବା

ପିରିୟଡ଼ିକ ଟେଷ୍ଟର ଉତ୍ତର ଫର୍ଦ୍ଦଗୁଡିକୁ ସେମାନଙ୍କୁ ପ୍ରଦର୍ଶନ କରାଯାଇଥିଲା ।

ବିଦ୍ୟାଳୟକୁ ଶତକଡା 76 ଦିନରୁ କମ ଆସିଥିବା

ପିଲାଙ୍କ ତାଲିକା ଶିକ୍ଷୟିତ୍ରୀ ସସ୍ମିତା ସାହୁ ପଠନ କରିଥିଲେ।ହିନ୍ଦୀ, ସଂସ୍କୃତ, ପ୍ରଯୁକ୍ତିବିଦ୍ୟା ଓ ରିଟେଲ

ଶିକ୍ଷା ଗ୍ରହଣର ଉପକାରିତା ଯଥାକ୍ରମେ ସୂର୍ଯ୍ୟକାନ୍ତ ମହାପାତ୍ର,

ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ଅଜିତ କୁମାର

ପୁରୀ ଓ ଆଶା ମୁର୍ମୁ ଅବଗତ କରିଥିଲେ । ବୃକ୍ଷରୋପଣ ଉପରେ ସଚେତନତା ପାଇଁ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର

ବିଜ୍ଞାନ ନାଟକ ‘ମା ‘ପାଇଁ ଗଛଟିଏ’

ଛାତ୍ରଛାତ୍ରୀ ପରିବେଷଣ କରିଥିଲେ,

କନିଷ୍ଠ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ

ଉପରୋକ୍ତ ପ୍ରସଙ୍ଗ ଉପରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା, ସୁରଜିତା ଦଳେଇ ଓ ହିମାଂଶୁ ଭୂଷଣ ସ୍ୱାଇଁ ଏବଂ ବରିଷ୍ଠ ବିଭାଗରେ ଅନୁଷ୍ଠିତ

ବକ୍ତୃତାରେ ଶିକ୍ଷୟିତ୍ରୀ ସୁନିତା ପୃଷ୍ଟି,

ମୋହିନୀ କାନ୍ତି ଦାସ ଓ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ବିଚାରକ ଭାବେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରିଣୀ

ଶ୍ରୀମତୀ ରାୟଙ୍କ ନିର୍ଦ୍ଦେଶରେ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କ ଆଦେଶ

ମୁତାବକ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ତତ୍ୱାବାଧନରେ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀଙ୍କ ସହ

ବିଦ୍ୟାର୍ଥୀଙ୍କ ଅଭିଭାବକ ଶିଶିର କୁମାର ସାହୁ, ବୈକୁଣ୍ଠ ସାହୁ, ବିଶ୍ୱନାଥ ବେହେରା, ଉମାକାନ୍ତ ସାମନ୍ତରାୟ, ନାରାୟଣ ସାହୁ, ବାବୁଲି ନାୟକ, ଶିବ ନାରାୟଣ

ଷଡ଼ଙ୍ଗୀ, ଲଷ୍ମୀଧର ସ୍ୱାଇଁ, ସୁଜାତା

ରଥ, ରୀନାରାଣୀ ସ୍ୱାଇଁ, ବ୍ରଜବନ୍ଧୁ ସାହୁ ପ୍ରମୁଖ ସାମିଲ ହୋଇ ବିଦ୍ୟାଳୟ ହତା ମଧ୍ୟରେ 42 ଟି ବୃକ୍ଷ ରୋପଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ

ସାହୁ ଓ ବିଶ୍ବରଞ୍ଜନ ପରିଡ଼ା ସହଯୋଗ କରିଥିଲେ ।କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ ସମାପ୍ତି ପରେ ପରିଶେଷରେ ଶିକ୍ଷକ ସୌମ୍ୟରଂଜନ ସାହୁ ସମସ୍ତଙ୍କୁ

ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟର ମାନସ ରଞ୍ଜନ କର