April 25, 2026

କେନ୍ଦୁପତ୍ର ବୋଝେଇ ଟ୍ରକ କୁ ଅଟକ ରଖି ଡ୍ରାଇଭରକୁ ଗିରଫ କଲା ଅତାବିରା ପୋଲିସ 

IMG-20250712-WA0061
Share

 

ସୁରେନ୍ଦ୍ର କଠାର(ବରଗଡ)

 

ସମ୍ବଲପୁର ଜିଲା ରେଢାଖୋଲରୁ କଲିକତା ଯାଉଥିବା ଏକ କେନ୍ଦୁପତ୍ର ବୋଝେଇ ଟ୍ରକକୁ ବରଗଡ଼ ଜିଲା ଅତାବିରା ଥାନା ପୋଲିସ ଶୁକ୍ରବାର ଅପରାହ୍ନରେ ଜବତ କରିଛି। ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୋଲିସ ଅଭିଯୁକ୍ତ ଟ୍ରକ ଡ୍ରାଇଭର ବିହାର ରାଜ୍ୟ ନୱାଡା ଜିଲା ଆକବରପୁର ଥାନା ପିଥୋରି ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲା ବରେଇପାଲିରେ ରହୁଥିବା ସଞ୍ଜୟ ରାୟ ଓରଫ ପ୍ରସାଦ (୪୮)ଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତ ଡ୍ରାଇଭର ପୋଲିସଠାରୁ ଖସିଯିବା ପାଇଁ ଟ୍ରକର ଆଗ ଓ ପଛରେ ପୃଥକ ନମ୍ବର ପ୍ଲେଟ ବ୍ୟବହାର କରିବା ଏବଂ ଗୋଖାଦ୍ୟର ରସିଦ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଲାଇଛି