ଆଜିର ଖବର..
୧-ସମ୍ବିଧାନ ବଞ୍ଚାଓ ସମାବେଶରେ ରାହୁଲଙ୍କ ହୁଙ୍କାର: ଓଡ଼ିଶାକୁ ଲୁଟୁଛି ବିଜେପି ସରକାର।
୨-ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।
୩-ପରିବହନ ମନ୍ତ୍ରୀଙ୍କ କଥା ଶୁଣିଲାନି ଡ୍ରାଇଭର୍ ମହାସଂଘ। ଆଜିଠୁ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସଙ୍ଘ ନିଷ୍ପତ୍ତି ନେଇଛି।
୪-ରାହୁଲ ‘ଚାଲି ନ ଜାଣି ବାଟର ଦୋଷ’ ଭଳି କଥା କହୁଛନ୍ତି: ଧର୍ମେନ୍ଦ୍ର
୫-ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ରହିବ।
୬-ଯୁକ୍ତ ତିନି,ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ,୧୬ରେ ଯୁକ୍ତ ତିନି,୨୫ରେ ପିଜିର ସ୍ପଟ୍ ନାମ ଲେଖା ଶେଷ।
୭-ଭୁବନେଶ୍ୱର:ଆରମ୍ଭ ହେଲାଣି ପାଠପଢ଼ା,ସରୁନି ନାମଲେଖା, ସ୍ନାତକରେ ୧ ଲକ୍ଷ ଓ ସ୍ନାତକୋତ୍ତରରେ ୧୩ ହଜାର ସିଟ୍ ଫାଙ୍କା।
୮-କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ ଓ ନିର୍ଗୁଣ୍ଡି ରେଳ ଫ୍ଲାଏଓଭରକୁ ମିଳିଲା ମଞ୍ଜୁରି।
୯-ନୂତନ ସଫ୍ଟୱେର ପ୍ରଚଳନ ପାଇଁ ଜୁଲାଇ ୧୪ରେ କଟକ ପ୍ରଧାନ ଡାକଘର ଅଧୀନସ୍ଥ ସମସ୍ତ ଡାକଘର ଡାକକାର୍ଯ୍ୟ ବନ୍ଦ ରହିବ।
୧୦-ଭୁବନେଶ୍ୱର:କୁନି ଝିଅ ନିଲମ ବସ୍ତିଆଙ୍କୁ ପାଖକୁ ଡାକିଲେ ରାହୁଲ, ଚକୋଲେଟ ଉପହାର ଦେଲେ।
୧୧-ଭୁବନେଶ୍ୱର:ହାଉସିଂ ସୋସାଇଟି କ୍ଷମତା ନେଇ ବିଡିଏର ଐତିହାସିକ ନିଷ୍ପତ୍ତି, ଫି ନଦେଲେ ବିଜୁଳି ଓ ପାଣି ସଂଯୋଗ ବିଛିନ୍ନ।
୧୨-କଟକ:ଅବକାରୀ ବିଭାଗରେ ମନ୍ତ୍ରୀଙ୍କ ସମୀକ୍ଷା: ରାଜସ୍ୱ ବଦଳରେ ସ୍ବାସ୍ଥ୍ୟ ସଚେତନ କରାଇବାକୁ ପରାମର୍ଶ।
୧୩-ଭବାନୀପାଟଣା:ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଚାଷୀଙ୍କ ମୃତ୍ୟୁ, ଚାଷ ଜମିରେ ପାଣି ମଡାଉଥିବା ବେଳେ ଅଘଟଣ।
୧୪-ରାୟଗଡା:ପ୍ରେମ ପାଇଁ ନିର୍ଯାତନା, ଯୁଆଳି ପକାଇ ହଳ କରାଇଲେ ଗ୍ରାମବାସୀ।
୧୫-ଆଜିଠୁ କଟକରୁ ଗଡ଼ିବ ଘରୋଇ ବସ୍ ; କଟକ ଘରୋଇ ବସ୍ ମାଲିକ ସଂଘର ଘୋଷଣା।
୧୬-ଖୋର୍ଦ୍ଧା:ମିକ୍ସଚର ପ୍ୟାକେଟ୍ ରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ୍,୨ ଗିରଫ।
୧୭-ନାଗପୁର:୭୫ ବର୍ଷ ବୟସରେ ନେତାମାନେ ଅବସର ନିଅନ୍ତୁ: ମୋହନ ଭଗତ।
୧୮-ଲର୍ଡସ୍ ଟେଷ୍ଟ: ଇଂଲଣ୍ଡର ୩୮୭ ଜବାବରେ ଭାରତ ୩/୧୪୫, ବୁମରାଙ୍କୁ ୫ ଓ୍ବିକେଟ୍।
୧୯-ଆଜିର ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିବେ ମୋଦୀ।
୨୦-ବଡୋଦରା ପୋଲ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମିଳିଲାଣି ୧୯ ଶବ, ଆହୁରି ୨ଜଣଙ୍କ ସନ୍ଧାନ ଜାରି।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
