April 27, 2026

ଗଜପତି : ଘାଟିରେ ଓଲଟିଲା ପୋଲିସ ଗାଡି, ଅଳ୍ପକେ ବର୍ତ୍ତିଲେ ୨୨ ଯବାନ 

IMG-20250712-WA0026
Share

 

 

ପାରଳାଖେମୁଣ୍ଡି:୧୨/୭( ଗରୁଡ ଧ୍ଵଜ ଚୌଧୂରୀ):ଗଜପତି ଜିଲ୍ଲାର ଏକ ପାହାଡିଆ ଘାଟିରେ ପୋଲିସ ଭ୍ୟାନ ଆଜି ଗୁରୁବାର ସକାଳ ସମୟରେ ଭରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି. ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷତି ହୋଇନଥିବା ଜଣା ପଡିଛି. ଏହି ଦୁର୍ଘଟଣାରେ ୨୨ ଜଣ ଯବାନ ଅଳ୍ପକେ ବର୍ତି ଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ରଥଯାତ୍ରା ପାଇଁ ପୁରୀ ଯାଇ ସେଠାରେ ସାଧାରଣଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରି ୨୨ ଯବାନ ଆଜି ଗୁରୁବାର ସକାଳ ସମୟରେ କୋରାପୁଟ ଫେରୁଥିଲେ. ହେଲେ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ନିକଟସ୍ଥ ପାହାଡିଆ ଘାଟିରେ କୌଣସି କାରଣରୁ ଗାଡିଟି v ଭରସାମ୍ୟ ହରାଇ ଓଲଟି ପଡିଥିଲା. ଘାଟି ଉପର ରାସ୍ତାରୁ ଗାଡିଟି ଓଲଟି ପଡ଼ିଥିଲେ ହେଁ ମଧ୍ୟ ଏଥିରେ ଯାତ୍ରା କରୁଥିବା 22 ଜଣ ଯବାନଙ୍କ ସେପରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣା ପଡିଛି.