April 24, 2026

ଶ୍ରୀ ଗୁରୁ ପୂର୍ଣ୍ଣିମା ବ୍ୟାସ ପୂର୍ଣ୍ଣିମା ପାଳନ

IMG-20250710-WA0007
Share

 

 

ବରଗଡ(ସୁରେନ୍ଦ୍ର କଠାର)

 

ଅଦ୍ୟ ତା.୧୦-୦୭-୨୦୨୫ରିଖ ଆଷାଢ଼ ପୂର୍ଣ୍ଣିମା ଗୁରୁବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଶ୍ରୀଗୁରୁ ପୂର୍ଣ୍ଣିମା”ପାଳିତ ହୋଇଯାଇଅଛି।ଏହି ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ କୁନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଶ୍ରୀଗୁରୁ ପୂର୍ଣ୍ଣିମା ବିଷୟରେ ବକ୍ତବ୍ୟ ପ୍ରଦାନ କରି ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଗୁରୁଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ କାଳୀଚରଣ ହୋତା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶ୍ରୀଗୁରୁଙ୍କ ଗୁଣଗାନ କରି ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ।ଶ୍ରୀମାନ୍ ତାପସ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀମତୀ ଭାର୍ଗବୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁମା ଗୁରୁଜୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।