ଶାନ୍ତିର ପ୍ରତୀକ ମହାମାନ୍ୟ ଦଲାଇଲାମା ଙ୍କ ଜନ୍ମ ଦିନ ଅବସରରେ ଚନ୍ଦ୍ରଗିରି ଠାରେ ବୃକ୍ଷ ରୋପଣ କଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ








ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ର ଚନ୍ଦ୍ରଗିରି ଅଞ୍ଚଳରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଦୁହେଁ ମିଳିତ ଭାବେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଛନ୍ତି। ଆଜି ଶାନ୍ତିର ପ୍ରତୀକ ମହାମାନ୍ୟ ଦଲାଇଲାମା ଜନ୍ମ ଦିନ ଅବସରରେ ଆଡମ୍ବର ସହ ଏହି ଦିବସ ପାଳନ କରିବା ସଙ୍ଗେ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତିବତିଆନ ଧର୍ମଗୁରୁ ଶ୍ରୀ ଖେମ୍ପୋ ପେମା ଙ୍କ ସହିତ ସମସ୍ତ ସ୍ଥାନୀୟ ତିବତିଆନ ଙ୍କ ସହ ଫ୍ରିଡମ୍ ସ୍ୱେଚ୍ଛାସେବୀ ସଂସ୍ଥା ର ଅଧ୍ୟକ୍ଷ ଶ୍ରୀ ତ୍ରିନାଥ ବିଶୋଇରତ୍ନ ଙ୍କ ସମେତ ପୋଲିସ କର୍ମଚାରୀ ଙ୍କ ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।
