June 19, 2026

ଗଜପତିରେ ୮୦ ବର୍ଷର ବୃଦ୍ଧ ଓ ବୃଦ୍ଧାଙ୍କୁ ଭତ୍ତା ପ୍ରଦାନରେ ବିଫଳ ବିଜେପିସରକାର

IMG-20250706-WA0038
Share

 

 

ପାରଳାଖେମୁଣ୍ଡି:୬/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତିରେ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆ ଯାଉ ନ ଥିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ନେତ୍ରୀ ତଥା ସମାଜସେବୀ ଜସ୍ମିନ୍ ଶେଖ୍. ସମାଜସେବୀ ଜସ୍ମିନ୍ ଶେଖ୍ ଗାଇବା ପଞ୍ଚାୟତ କୁ ଗସ୍ତରେ ଯାଇ ଗାଇବା ଗ୍ରାମର ବୃଦ୍ଧ ଲୋକମାନଙ୍କ ସହିତ ଦେଖାକରି ସେମାନଙ୍କର ସମସ୍ୟା ଗୁଡ଼ିକ ଶୁଣି ସମସ୍ୟା ଉପରେ ଆଲୋଚନା କରିଥିଲେ. ଗୁମ୍ମା ବ୍ଲକ, ଗାଇବା ପଞ୍ଚାୟତ, ଗାଇବା ଗ୍ରାମରେ , ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ବୃଦ୍ଧ ଲୋକ ମାନେ ବାର୍ଦ୍ଧକ୍ୟ ଭତ୍ତା (୩୫୦୦) ପାଇବାରୁ ବଞ୍ଚିତ ହୋଇ ଥିବା ଘଟଣାରେ ଉଦବେଗ ପ୍ରକାଶ କରି କହିଛନ୍ତି ବିଜେପି ସରକାରଙ୍କ ୧ ବର୍ଷ ଶାସନ ପରେ ସୁଦ୍ଧା ମଧୁବାବୁ ପେନସନ ଯୋଜନାରେ ବୃଦ୍ଧ ଲୋକମାନଙ୍କୁ ବଞ୍ଚିତ କରି ମୋହନ ସରକାର ବିଫଳ ହୋଇଇଛି। ସମାଜସେବୀ ଜସ୍ମିନ୍ ଶେଖ୍ ଜିଲ୍ଲାପାଳଙ୍କ ଠାରେ ଏହି ବିଷୟକୁ ଲିଖିତ ଅଭିଯୋଗ କରି ଜଣାଇ ଭତ୍ତା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି ବୋଲି ଏହି ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଜଣାଇଛନ୍ତି l

You may have missed