ଗଡ଼ଚଣ୍ଡୀ ହାଇସ୍କୁଲରେ ବନ ମହୋତ୍ସବ ପାଳିତ
ହାଟଡ଼ିହି ତା ୦୫/୦୭(ମନମୋହନ ନାୟକ) : ହଦଗଡ଼ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ ଅବସରରେ ସୁନ୍ଦରାପାଳ ସ୍ଥିତ ଗଡ଼ଚଣ୍ଡୀ ହାଇସ୍କୁଲରେ ବନବିଭାଗର ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭାଗ ପକ୍ଷରୁ ବନପାଳ ମଳୟ କୁମାର ସାହୁ, ବନରକ୍ଷୀ ଜ୍ୟୋତିରଞ୍ଜନ ମାଝୀ ଏବଂ ସବୁଜବାହିନୀଙ୍କ ସମେତ ହାଇସ୍କୁଲର ପ୍ରଧାନଶିକ୍ଷକ ଶରତ କୁମାର ଶାସିନୀ, ଶିକ୍ଷକ ଦୁଷ୍ମନ୍ତ କୁମାର ଦଳାଇ, ସତ୍ୟବ୍ରତ ସାମଲ, ଅଶୋକ କୁମାର ଜେନା, କର୍ମଚାରୀ ବଳରାମ ମଲ୍ଲିକ, ପ୍ରିତମ ନାଇକଙ୍କ ସହିତ ସ୍କୁଲର ଛାତ୍ରଛାତ୍ରୀମାନେ ମିଶି ଆମ୍ବ, ପଣସ, ଅମୃତଭଣ୍ଡା, ଜାମୁ, ଲେମ୍ବୁ, ଓଉ, ମେହେଗାନୀ ଆଦି ବିଭିନ୍ନ କିସମର ଚାରାରୋପଣ କରିଥିଲେ l
