ସକାଳର ଖବର
╭───────────────────╮
🌄, ୨୧-ଏପ୍ରିଲ-୨୦୨୩, ଶୁକ୍ରବାର
╰───────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ମେ’ ୮ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ, ଜନ୍ମମାଟି ରାଇରଂଗପୁରକୁ ଆସିବେ ମହାମହିମ l ବାରିପଦା ଏମ୍ଏସ୍ସିବି ୟୁନିଭର୍ସିଟି ଉତ୍ସବରେ ଯୋଗେଦେବେ ।
➡️୨-୫ରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ହେବ ସିୟୁଇଟି ପରୀକ୍ଷା, ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର ଦେଲେ ସୂଚନା l
➡️୩-ଆଜି ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ମଧ୍ୟରେ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କୁ ଅବଗତ କରାଯିବ ।
➡️୪-ଅସହ୍ୟ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଜନଜୀବନ ଅସ୍ତବ୍ୟସ୍ତ । ୩୬ ଘଣ୍ଟା ପରେ କମିପାରେ ତାପମାତ୍ରା l ୨୨ ରୁ କାଳ ବୈଶାଖୀ ସମ୍ଭାବନା l
➡️୫-ଆସନ୍ତା ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱରରେ ଆୟୋଜିତ ହେବ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ।
➡️୬-ଆଜିଠାରୁ ସମ୍ବଲପୁରରେ ଆହୁରି କୋହଳ ହେବ କର୍ଫ୍ୟୁ l ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ ହେବ କୋହଳ l
➡️୭-ପ୍ରବାସୀ ଶ୍ରମିକଙ୍କୁ ରାସନକାର୍ଡ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ମିଳିଲା ୩ ମାସ ସମୟ l
➡️୮-ଆସନ୍ତା ମେ ୧ରୁ ରାୟପୁର ଓ ରାଞ୍ଚିକୁ ବିମାନ ଉଡ଼ାଣ ହେବ ବନ୍ଦ l
➡️୯-ଏପ୍ରିଲ ଶେଷ ସପ୍ତାହରେ ତେନ୍ତୁଳି ସଂଗ୍ରହ କରିବ ଆଦିବାସୀ ଉନ୍ନୟନ ସମବାୟ ସମିତି(ଟିଡିସିସି)। ଓଡ଼ିଶାରେ ପ୍ରାୟ ୨୦ ହଜାର ମେଟ୍ରିକ ଟନର ତେନ୍ତୁଳି ଉତ୍ପାଦିତ ହୁଏ।
➡️୧୦-ଅକ୍ଟୋବର ରେ ଏଏପି ଏମ୍ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ବିବାହ ବନ୍ଧନରେ ହେବେ ବାନ୍ଧି l
➡️୧୧-ଏପ୍ରିଲ ୨୧ ରେ ପାଳନ ହେବ ରାଜ୍ୟସ୍ତରୀୟ ଲୋକସେବା ଦିବସ, ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୧୨-ଝାରସୁଗୁଡ଼ା ଉପନିର୍ବାଚନ: ଘୋଷଣା ହେଲା ବିଜେଡିର ପ୍ରଚାରକ ତାଲିକା, ପ୍ରଚାରକୁ ଓହ୍ଲାଇବେ ନବୀନ l
➡️୧୩-ଭାଇରସର ନାମ ‘Mirus’: ସାରା ବିଶ୍ୱର ସମୁଦ୍ରରେ କାୟା ବିସ୍ତାର କଲାଣି, ଜଳରୁ କାର୍ବନ ଓ ପୋଷକ ତତ୍ତ୍ୱକୁ ନଷ୍ଟ କରିଦେବା ନେଇ ବୈଜ୍ଞାନିକ କଲେ ଆଶଙ୍କା l
➡️୧୪-ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ସ୍ପେସେକ୍ସର ପ୍ରତିଷ୍ଠାତା ଏଲନ ମସ୍କ ଇତିହାସ ରଚିବାରୁ ଅଳ୍ପକେ ବର୍ତ୍ତିଲେ l SpaceX Starship Launch: ଲଞ୍ଚ ହେବାର ୪ ମିନିଟ ପରେ ଆକାଶରେ ଫାଟିଗଲା ରକେଟ l
➡️୧୫-ଅପରାଧିକ ମାନହାନି ମାମଲାରେ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାପାଇଁ ରାହୁଲ ଗାନ୍ଧି କରିଥିବା ଆବେଦନକୁ ସୁରଟ ସେସନ୍ସ କୋର୍ଟ କଲେ ଖାରଜ l
➡️୧୬-କର୍ଣ୍ଣାଟକର ବିଧାନସଭା ନିର୍ବାଚନ ପାଇଁ ଗତକାଲି ଥିଲା ନାମାଙ୍କନପତ୍ର ଦାଖଲର ଶେଷଦିନ। କଂଗ୍ରେସର ଶିବକୁମାରଙ୍କ ସହ ଲଢ଼ିବେ ବିଜେପିର ଆର୍ ଅଶୋକ l
➡️୧୭-ଜନସଂଖ୍ୟା ହ୍ରାସ ବଢାଉଛି ଜାପାନର ଚିନ୍ତା, ପ୍ରତିବର୍ଷ ବନ୍ଦ ହେଉଛି ୪୫୦ ସ୍କୁଲ l ୨୦୦୨ରୁ ୨୦୨୦ ମଧ୍ୟରେ ଦେଶର ପ୍ରାୟ ୯ ହଜାର ସ୍କୁଲ ବନ୍ଦ ହୋଇଗଲାଣି।
➡️୧୮-ଆଇପିଏଲ୍ ୨୦୨୩ର ୨୭ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୪ ରନରେ ପଞ୍ଜାବ କିଙ୍ଗ୍ସକୁ କଲା ପରାସ୍ତ l
➡️୧୯-ଆଇପିଏଲ୍ରେ ଗତକାଲି ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ସହ କୋଲ୍କାତା ନାଇଟ୍ ରାଇଡର୍ସର ମୁକାବିଲା ହୋଇଥିବା ବେଳେ ଏଥିରେ ଦିଲ୍ଲୀ ୪ ୱିକେଟ୍ରେ ହେଲା ବିଜୟୀ l
➡️୨୦-ଚାରି ଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଚଳିତ ଆଇପିଏଲ୍ରେ ଆଜି ନିଜ ଘରୋଇ ପଡ଼ିଆରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ।
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ଜାତୀୟ ନାଗରିକ ସେବା ଦିବସ ll
🔅ଆଜି ଶିଶୁ ଉଦ୍ୟାନ ଦିବସ ll
🔅ଆଜି ଜାତୀୟ ଗୃହପାଳିତ ପଶୁ ଦିବସ ll
🔅ଆଜି ଜାତୀୟ ଚା ’ଦିବସ ll
🔅ଆଜି ଜାତୀୟ ଆଶ୍ଚର୍ଯ୍ୟଜନକ ଡ୍ରଗ୍ ପରୀକ୍ଷା ଦିବସ ll
🔅ଆଜି ବିଶ୍ୱ ସୃଜନଶୀଳତା ଏବଂ ଅଭିନବ ଦିବସ ll
ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll