April 29, 2026

ଧର୍ମପରାୟଣ ବ୍ୟକ୍ତି ଙ୍କ ପରୋଲୋକ..

IMG-20250701-WA0117
Share

 

 

 

ହାଟଡିହି ତା ୦୧/୦୭(ମନମୋହନ ନାୟକ) : ହାଟଡିହି ପଞ୍ଚାୟତ ମଠ କୁଣ୍ଡିସାହି ଗ୍ରାମର ଲକ୍ଷ୍ମୀ ଧର ଜେନାଙ୍କ (୮୬)ବର୍ଷ ରେ ପରଲୋକ। ସକାଳୁ ନିଜ ନିତ୍ୟ ସାରି ଦିନବେଳା ବିଶ୍ରାମ ନେଉଥିବା ବେଳେ ଛାତି ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ନେବା ରାସ୍ତା ରେ ପ୍ରାଣ ବାୟୁ ଚାଲିଯାଇଥିଲା। ସେ ଏକଦା ବହୁ ଗୁଣ ର ଅଧିକାରୀ ଥିଲେ। ଗାଁ ର ସମସ୍ୟା ସମାଧାନ ଓ ଜମି ଜମା ମାପ ଉପରେ ଅଗାଧ ଜ୍ଞାନ ର ଦକ୍ଷତା ରହିଥିଲା। ତାହା ଛାଡା ସେ ଶ୍ରୀ ଚୈତନ୍ୟ ଙ୍କ ଭଜ ନିତାଇ ଗୌର ରାଧେ ଶ୍ୟାମ ଜପ ହରେ କୃଷ୍ଣ ହରେ ରାମ ନାମ ପ୍ରଚାର ପ୍ରସାର ନିମନ୍ତେ ଅନେକ ସ୍ଥାନ କୁ ଯାତ୍ରା କରିଛନ୍ତି। ତାଙ୍କର ଶେଷକୃତ୍ୟ ଗାଁ ପାହାଡ ନିକଟ ରେ ହୋଇଥିଲା ବେଳେ ତାଙ୍କର ବହୁ ହିତୋପଦେଶୀ ପହଞ୍ଚି ଥିଲେ। ମୁଖାଗ୍ନି ପୁଅ ଭାଗବତ ଜେନା ଦେଇଥିବା ବେଳେ, ସାଙ୍ଗରେ ଅନ୍ୟ ପୁତ୍ର ମାନଙ୍କ ମଧ୍ୟରେ ବଡ ପୁଅ ବିନୋଦ ବିହାରୀ ଜେନା, ଅକ୍ଷୟ କୁମାର ଜେନା, ହରେକୃଷ୍ଣ ଜେନା, ପ୍ରେମାନନ୍ଦ ଜେନା, ପ୍ରଦୀପ କୁମାର ଜେନା, ଗାଁ ର ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର ସା, କୃଷ୍ଣ ଚନ୍ଦ୍ର ରାଉତ, ରାଧାକୃଷ୍ଣ ପତି, ରବୀନ୍ଦ୍ର କୁମାର ମହଲା,ଶରତ କୁମାର ମହଲା ଙ୍କ ସହ ମା ଦୁଆର ଶୁଣି ଙ୍କ କୀର୍ତ୍ତନ ଗ୍ରୁପ ସମସ୍ତ ସଦସ୍ୟ ମାନେ ଯୋଗ ଦେଇଥିଲେ।