April 29, 2026

ବହୁ ଚର୍ଚ୍ଚିତ ରାମଚନ୍ଦ୍ର ହତ୍ୟା ଘଟଣାର ପର୍ଦାଫାଶ….. ଗଜପତି ପୋଲିସ ଦ୍ୱାରା ୨ ଗିରଫ 

IMG-20250629-WA0023
Share

 

 

ପାରଳାଖେମୁଣ୍ଡି:୨୯/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ରାମଗିରି ଥାନା କଡ଼ମାସିଂ ଗାଁର ରାମଚନ୍ଦ୍ର ନାୟକ (୩୫)ଙ୍କ ହତ୍ୟା ଘଟଣା ମାମଲାର ପର୍ଦାଫାଶ ହୋଇଛି. ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରଛି. ଏଥିସହ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ଭଙ୍ଗା ମୋବାଇଲ ଆଦି ଜବତ ହୋଇଛି. ଆଜି ରବିବାର ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସାମ୍ବାଦିକ ସମିଳନୀର ଆୟୋଜନ କରି ସବିଶେଷ ସୂଚନା ପ୍ରଦାନ କରି କହିଛନ୍ତି, ରାମଗିରି ଥାନା ଅଧୀନସ୍ଥ ଅନୋଘା ଗ୍ରାମର ଅତୁଲ ପ୍ରସାଦ ବେହେର ଦଳେଇ ପୂର୍ବ ବିବାଦ ଓ ଶତ୍ରୁତାକୁ ନେଇ ରାମଚନ୍ଦ୍ର ନାୟକଙ୍କୁ ଗତ ୨୪ ତାରିଖ ଦିନ ହତ୍ୟା କରିଥିଲା. ପରେ ନିଜ ମାମୁଁ ପୁଅ ଭାଇ ବିଶ୍ୱଭାନୁ ପ୍ରଧାନ ଘଟଣା ସମ୍ପର୍କରେ ଜଣାଇ ସହଯୋଗ କରିବା ପାଇଁ ଅତୁଲ ମୋବାଇଲ ଦ୍ୱାରା ଜଣାଇ ଥିଲା. ଏଥିରେ ବିଶ୍ୱଭାନୁ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଜଙ୍ଗଲ ଭିତରେ ଶବକୁ ଲୁଚାଇ ଦେଇଥିଲେ. ପୁଣି ତା ପରଦିନ ଜଙ୍ଗଲ ରେ ଲୁଚା ଯାଇଥିବା ଶବକୁ ବାହାର କରି ପଥର ବାନ୍ଧି ନିକଟରେ ଥିବା ଏକ ଜଳାଶୟ ମଧ୍ୟକୁ ଫୋପାଡ଼ି ଦୁହେଁ ଚାଲି ଯାଇଥିଲେ. ରାମଚନ୍ଦ୍ର ଘରକୁ ଫେରି ନ ଥିବା ଯୋଗୁଁ ପରିବାର ଲୋକେ ଏବଂ ଗ୍ରାମବାସୀମାନେ ରାମଚନ୍ଦ୍ରଙ୍କୁ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରୁଥିବା ସମୟରେ ଗ୍ରାମଠାରୁ କିଛି ଦୂରରେ ଥିବା ଜଳାଶୟରେ ଏକ ଶବ ଭାସୁଥିବା ଦେଖି ଚି଼ହ୍ନଟ କରିବା ପରେ ରାମଗିରି ଥାନା ପୋଲିସକୁ ଖବର ଦେବା ସହ ଲିଖିତ ଅଭିଯୋଗ କରିଥିଲେ. ଏଥିରେ ରାମଗିରି ଥାନା ଅଧିକାରୀ ଗଜପତି ଦୋରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ. ପରେ ଏହି ହତ୍ୟା ଘଟଣା ନେଇ ସମ୍ପୃକ୍ତ ଅଞ୍ଚଳରୁ ୭ ଜଣଙ୍କୁ ଆଣି ଅଟକ ରଖି ତଦନ୍ତ କରିଥିଲେ. ପରିଶେଷରେ ଏହି ହତ୍ୟା ଘଟଣା ରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଅତୁଳ ସହ ହତ୍ୟା କାଣ୍ଡରେ ସହଯୋଗ କରିଥିବା ବିଶ୍ୱଭାନୁକୁ ଗିରଫ କରାଯାଇଥିଲା ବୋଲି ଗଜପତି ଏସପି ଶ୍ରୀ ପଣ୍ଡା ଆଜି ସୂଚନା ପ୍ରଦାନ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ, ସମ୍ପୃକ୍ତ ହତ୍ୟା ଘଟଣାରେ ଏହି 2 ଜଣଙ୍କୁ ଆଜି କୋର୍ଟକୁ ଚାଲାଣ କରାଯିବ.