March 10, 2026

କଠାଲଗୁଡ଼ି ଚା ବଗିଚାରେ ୧୫ତମ ବାର୍ଷିକ ରଥଯାତ୍ରା  

IMG-20250628-WA0083
Share

ଆସାମ =ଓଡ଼ିଶାର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ର ଲୋକପ୍ରିୟତା ଏତେ ମାତ୍ରାରେ ଭକ୍ତ ମାନଙ୍କୁ ପ୍ରଭାବିତ କରିପାରିଛି ଯେ, ଯେକୌଣସି ଅଞ୍ଚଳରେ ଦୃଶ୍ୟମାନ ହୁଏ ଏହି ଅଭିନଵ ରଥଯାତ୍ରା lଆମେ ଆପଣଙ୍କୁ ଏଠାରେ ଦେଖାଉଛୁ ଆସାମ ରାଜ୍ୟର ଜୋରାହାଟ ଜିଲ୍ଲାର ମାରିୟାନୀ ନିର୍ବାଚନ ମଣ୍ଡଳୀ ଅଧିନସ୍ତ କଠାଲଗୁଡ଼ି ଚା ବଗିଚାରେ ଅନୁଷ୍ଠିତ ରଥଯାତ୍ରା କୁ ଦୀର୍ଘ ୧୫ ବର୍ଷ ହେବ ଏଠାରେ ବହୁ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହେଇଆସୁଛି ବିଶ୍ଵପ୍ରସିଦ୍ଧ ରଥଯାତ୍ରା lଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ଭକ୍ତ ମାନେ ଏକତ୍ରିତ ହୋଇ ରଥଯାତ୍ରା ରେ ସାମିଲ ହୁଅନ୍ତି lଚଳିତ ବର୍ଷ ରଥଯାତ୍ରା ର ବିଶିଷ୍ଠ ଅତିଥିଭାବେ ଯୋଗଦେଇଥିଲେ ସ୍ଥାନୀୟନିର୍ବାଚନ କ୍ଷେତ୍ରର ମାନ୍ୟବର ବିଧାୟକ ରୂପଜ୍ୟୋତି କୁର୍ମି lଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ସୁମନ ଗୋୱାଲା, ଉପସଭାପତି କିଷାନ ନାୟକ,ସହକାରୀ ସମ୍ପାଦକ ଭରତ କୁମାର, କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ ଏହି ସାରସ୍ୱତ କାର୍ଯ୍ୟକ୍ରମ କୁ ସଠିକ ପରିଚାଳନା କରିଥିବା ବେଳେ,ଚା ମଜଦୁର ସଙ୍ଘ ଜୋରାହାଟ ଜିଲ୍ଲା ଶାଖାର ସଭାପତି ମହେଶ୍ୱର ଗୋୱାଲା, ମାରିୟାନୀ କଲେଜ ଅଧ୍ୟକ୍ଷ ଡଃ. ହରେନ ଗୋୱାଲା, ଉପଦେଷ୍ଟା ଗାନ୍ଧୀ ତଷା, ରତନ ତଷା, କପୁର ପାଇକ,ଦୀପକ ତଷା, ମନୋଜ ନାୟକ,ରୋହିତ ପାଇକ, ରମେନ ପଟ୍ଟନାୟକ,ରୂପଗୁନ ପଟ୍ଟନାୟକ,ଧର୍ମେଶ୍ୱର ଗୋୱାଲା,ମହିଳା ମୋର୍ଚ୍ଚା ସଦସ୍ୟା ପଞ୍ଚମୀ ତଷା, ରୂପାଲି ପାଇକ,ସୁଭଦ୍ରା କୁମାର ଅତିଥି ମାନଙ୍କୁ ସ୍ୱାଗତ ଚର୍ଚ୍ଚା କରିଥିଲେ lଏହି ବୈଦିକ କାର୍ଯ୍ୟରେ ସୁଦୂର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳ ର ବିଶିଷ୍ଠ କର୍ମକାଣ୍ଡବିଦ ଦେବେନ୍ଦ୍ର ଶର୍ମା ଓ ମନ୍ଦିର ପୂଜକ ଅଭିମନ୍ୟୁ ପାଣ୍ଡେ ଙ୍କ ମିଳିତ ବେଦଧ୍ୱନି ପରିବେଶ କୁ ଜଗନ୍ନାଥମୟ କରିଦେଇଥିଲା lବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ସଞ୍ଜୟ ଅଗ୍ରୱାଲ ରାଜକାର୍ଯ୍ୟ ସମାହିତ କରିଥିବାର ଦେଖିବାକୁ ମିଳିଥିଲା lସହସ୍ରାଧିକ ଭକ୍ତ ଜଗନ୍ନାଥଙ୍କ ଆଶିଷ ପ୍ରାପ୍ତ ହୋଇ ଥିବାର ପରିଚାଳନା କମିଟି ସଭାପତି ସୂଚନା ଦେଇଥିଲେ l

 

ବ୍ୟୁରୋ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର